ଖେଳ ଖବର

‘ମୋତେ କିଏ କିଣୁ କିମ୍ବା ନ କିଣୁ, କିନ୍ତୁ.’ ଆଇପିଏଲ୍ ଅକ୍ସନ ପୂର୍ବରୁ ଜେମ୍ସ ଏଣ୍ଡରସନ କହିଲେ ଭବିଷ୍ୟତ ଯୋଜନା

ନୂଆଦିଲ୍ଲୀ, ୯/୧୧ : ଗତ ଦିନରେ ଇଂଲଣ୍ଡର ଭେଟରାନ ବୋଲର ଜେମ୍ସ ଏଣ୍ଡରସନ ଆଇପିଏଲ୍ ମେଗା ଅକ୍ସନ ଲାଗି ନିଜ ନାଁ ରେଜିଷ୍ଟର କରିଛନ୍ତି । ଏହାପରଠାରୁ ଏହି ଦ୍ରୁତ ବୋଲର ଚର୍ଚ୍ଚା ସାଉଁଣ୍ଟୁଛନ୍ତି । ଏବେ ଜେମ୍ସ ଏଣ୍ଡରସନ କହିଛନ୍ତି କି ଆଇପିଏଲ ଅକ୍ସନରେ ନିଜ ନାଁ ରେଜିଷ୍ଟର କରିବା ପଛରେ କାରଣ କ’ଣ ରହିଛି ? ଜେମ୍ସ ଏଣ୍ଡରସନ କହିଛନ୍ତି କି ସେ ଆଇପିଏଲରେ ଖେଳିବାକୁ ଚାହୁଁଛନ୍ତି ।

ମୋତେ ଲାଗୁଛି କି ଟି-୨୦ ଫର୍ମାଟରେ ୪ଓଭର ପକାଇବା ଲାଗି ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛି । ମୁଁ ପୁଣି ଥରେ କ୍ରିକେଟ ଖେଳିବାକୁ ଚାହୁଁଛି, ଅକ୍ସନରେ ଟିମ୍ ଗୁଡ଼ିକ ମୋ ଉପରେ ନିଜର ଉତ୍ସାହ ରଖିବେ କି ନାହିଁ ଏହା ଭିନ୍ନ କଥା । କିନ୍ତୁ ମୁଁ କ୍ରିକେଟ ଖେଳିବାକୁ ଚାହୁଁଛି ।

ଜେମ୍ସ ଏଣ୍ଡରସନ କହିଛନ୍ତି କି ମୋତେ ଲାଗୁଛି କି ମୋ ଭିତରେ ବହୁ କ୍ରିକେଟ ବଞ୍ଚିଛି । ମୁଁ ଆଇପିଏଲ୍ ୨୦୨୫ସିଜନର ଭାଗିଦାରୀ ହେବାକୁ ଚାହୁଁଛି । ଜେମ୍ସ ଏଣ୍ଡରସନ ଆଗକୁ କହିଛନ୍ତି କି ମୁଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛି । ବାରମ୍ବାର ବୋଲିଂ କରୁଛି । ମୋତେ ଲାଗୁଛି କି ଯଦି କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ସୁଯୋଗ ମିଳୁଛି ତ ମୋ ଲାଗି ବହୁତ ଭଲ ହେବ । କିନ୍ତୁ ପ୍ରଶ୍ନ ଏହା କି କ’ଣ ମେଗା ଅକ୍ସନ ପୂର୍ବରୁ କୌଣସି ଟିମ୍ ଜେମ୍ସ ଏଣ୍ଡରସନଙ୍କ ସହ କଥା ହୋଇଛନ୍ତି । ଜେମ୍ସ ଏଣ୍ଡରସନଙ୍କ କହିବା କଥା କି ଏବେ ପର୍ଯ୍ୟନ୍ତ ମୋ ସହ କୌଣସି ଆଇପିଏଲ୍ ଟିମ୍ ସମ୍ପର୍କ କରିନାହାନ୍ତି । କିନ୍ତୁ ମୁଁ ନିଜ ଫିଟନେସ ଉପରେ ବାରମ୍ବାର କାମ କରୁଛି ଏବଂ ଅପେକ୍ଷା କରୁଛି ।

Leave a Reply

Your email address will not be published. Required fields are marked *

Back to top button