ରାଜ୍ୟ

କନ୍ଧମାଳରେ ଡିଜିପିଙ୍କ ମାଓଦମନ ସମୀକ୍ଷା: ୫ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳ ଓ ଡିଏଫ୍‌ଓ ଉପସ୍ଥିତ

ଫୁଲବାଣୀ: ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ଯୋଗ ଦେଇ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶାକୁ ମାଓମୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଡିଜିପି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଉପରୋକ୍ତ ଜିଲ୍ଲାମାନଙ୍କରେ ମାଓବାଦୀଙ୍କ ଉଦ୍ୟମରେ ଚାଲିଥିବା ଗଞ୍ଜେଇ ଚାଷର ମୂଳୋତ୍ପାଟନକୁ ପ୍ରାଥମିକତା ଦେଇଥିଲେ। ମାଓବାଦୀମାନେ ହିଂସା ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଜଣାଇଥିଲେ।

୫ ଜିଲ୍ଲାର ଏସ୍ପି, ଜିଲ୍ଲାପାଳ ଓ ଡିଏଫ୍ଓ ଉପସ୍ଥିତ
ଗଞ୍ଜେଇ ଚାଷର ମୂଳୋତ୍ପାଟନ ନେଇ ସ୍ବତନ୍ତ୍ର ରଣନୀତି

ବୈଠକରେ ସିଆର୍ପିଏଫ୍ ସେଣ୍ଟ୍ରାଲ ଜୋନ୍ ଏଡିଜି ଅମିତ୍ କୁମାର, ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଆଇଜି (ଅପରେସନ୍) ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଅଖିଳେଶ୍ବର ସିଂହ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, କନ୍ଧମାଳ ଏସ୍ପି ହରିଶ ବିସି, ରାୟଗଡ଼ା ଏସ୍ପି ସ୍ବାତୀ ଏସ୍ କୁମାର, ବୌଦ୍ଧ ଏସ୍ପି ନାଗରାଜ ଦେବରକୌଡ଼ା, ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, କଳାହାଣ୍ଡି ଏସ୍ପି ଅଭିଳାଷ ଜି., ଡିଆଇଜି (ଅପରେସନ) ବଳରାମ ବେହେରା, ଆଇଜି (ବିଏସ୍ଏଫ୍) ସିଡି ଅଗରୱାଲ, ଡିଆଇଜି (ବିଏସ୍ଏଫ୍) ସତ୍ୟବାନ୍ ଖାଞ୍ଚି, ବିଏସ୍ଏଫ୍ ୧୩୬ ବାଟାଲିୟନ୍ କମାଣ୍ଡର୍ ମାନସ ରଞ୍ଜନ ପଣ୍ଡା, ବିଏସ୍ଏଫ୍ ୯୯ ବାଟାଲିୟନ୍ କମାଣ୍ଡାଣ୍ଟ ସଞ୍ଜୀବ କୁମାର, ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ, ବାଲିଗୁଡ଼ା ଡିଏଫ୍ଓ ବିଶ୍ବରାଜ ପଣ୍ଡା, ବୌଦ୍ଧ ଡିଏଫ୍ଓ ଦେବପ୍ରିୟ କାମ୍ପା, ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button