ରାଜ୍ୟ

ବାରହା ଶୀକାର କରିବାକୁ ଯାଇ ନିଜେ ହୋଇଗଲେ ଶୀକାର – Sahana Mela

[ad_1]

ଗଣିଆ : ଗତକାଲି ରାତିରେ ବାରହା ଶୀକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍ ତାର ଫାଶରେ ପଡି ଜଣେ ୱାଚରଙ୍କ ମୃତ୍ୟୁ ହୋଇଛି । ବାରହା ଶୀକାର ପାଇଁ ସହେଯାଗୀଙ୍କ ସହ ବିଦ୍ୟୁତ ତାରରେ ଫାଶ ପକାଇଥିଲେ । ତେବେ ନିଜେ ପକାଇଥିବା ବିଦ୍ୟୁତ ତାର ଫାଶରେ ପଡି ମୃତ ହୋଇଛି ।
ସୂଚନାନୁସାରେ , ମୃତକ ଜଣଙ୍କ ହେଲେ ଛାମୁଣ୍ଡିଆ ଗ୍ରାମର ରଞନ କୁମାର ସେଠୀ ୩୩ । ମୃତ ରଞନ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଚାମୁଣ୍ଡିଆ ବନାଚଂଳର ବଡମୂଳ ବିଟ ଅଚଂଳରେ ୱାଚର ଭାବେ କାର୍ଯ୍ୟ କରୁଥିଲେ । ଗତ ଶୁକ୍ରବାର ଛୁଟି ନେଇ ଘରକୁ ଆସିଥିବା ବେଳେ ରାତ୍ରୀରେ ବଡମୂଳ ମଙ୍ଗାନାସୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ନିକଟ କଣତଇଲା ଜଙ୍ଗଲରେ ବାରହା ଶୀକାର ପାଇଁ ସହେଯାଗୀଙ୍କ ସହ ବିଦ୍ୟୁତ ତାରରେ ଫାଶ ପକାଇଥିଲେ । ତେବେ ନିଜେ ପକାଇଥିବା ବିଦ୍ୟୁତ ତାର ଫାଶରେ ରଞନ ପଡି ମୃତ ହୋଇଥିବା ଜଣାପଡିଛି । ଶୁକ୍ରବାର ସଂଦ୍ଧ୍ୟାରେ ବାଇକ ଯୋଗେ ନିକଟସ୍ଥ କନ୍ଧଜିଲିଣ୍ଡା ଗ୍ରାମର ପୋଖରୀ ହୁଡାରେ ବାଇକ ରଖି ବିଦ୍ୟୁତ ତାର ଫାଶ ପକାଇବାକୁ ଯାଇଥିଲେ । ଶନିବାର ସକାଳ ପର୍ଯ୍ୟନ୍ତ ରଞନ ଘରକୁ ଫେରିନଥିବା ଦେଖି ପରିବାର ଲୋକ ଖୋଜାଖୋଜି କରିଥିଲେ । ରଖିଥିବା ବାଇକକୁ ଦେଖି କୋଜାଖୋଜି କରିବା ପରେ ଜଙ୍ଗଲରୁ ରଞନଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଫାଶ ପକାଯାଇଥିବା ତାର, ବାଡି, ଛୁରୀ, ଓ ସହେଯାଗୀଙ୍କ ଚପଲ ପଡିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ସଂପର୍ଶରେ ଆସି ରଞନର ଛାତି ଓ ପେଟରେ ଗଭୀର କ୍ଷତ ହୋଇଥିବା ଦେଖାଯାଇଛି । ଖବରପାଇ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ବିନୟ ରଞନ ପରିଡା ପହଚିଂ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ତଦନ୍ତ ପରେ ରଞନର ସହେଯାଗୀମାନଙ୍କୁ ଚିହ୍ନଟ କରାଯିବ ବୋଲି ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button