ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ସାବରମତୀ ରିପୋର୍ଟ ଫିଲ୍ମ ଉପରୁ ଟିକସ ଛାଡ଼ କରିଥିବାରୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ପ୍ରଯୋଜିକା ଏକତା କପୁର । ରାଜ୍ୟ ସରକାର ଦି ସାବରମତୀ ରିପୋର୍ଟ ଫିଲ୍ମ ଉପରୁ ଟିକସ ଛଡ଼ା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏକତା କପୁର । ଏହା ସହ ଫିଲ୍ମ ଦେଖିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ବିକ୍ରାନ୍ତ ମୈସି, ରାଶି ଖାନ୍ନା ଅଭିନୀତ ଦି ସାବରମତି ରିପୋର୍ଟ ନଭେମ୍ବର ୧୫ ତାରିଖରେ ରିଲିଜ ହୋଇଛି ।
ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଥିଲେ ।
ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି । ଏହି ଚଳଚ୍ଚିତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦ୍ରୁଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖିବା ଆବଶ୍ୟକ । ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଦେଶ କ୍ରମେ ଚଳଚ୍ଚିତ୍ରଟିକୁ ରାଜ୍ୟରେ କରମୁକ୍ତ କରାଯାଇଛି ।