ରାଜ୍ୟ
ପୋଲିସ ଇନଫର୍ମର ସନ୍ଦେହ, ଦୁଇ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ମାଲକାନଗି: ମାତିଲେ ମାଓବାଦୀ । ଦୁଇ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି । ମୃତକ ବିଜାପୁର ଜିଲ୍ଲା କାଡେର ପଂଚାୟତର ପୂବର୍ତନ ସରପଞ୍ଚ ସୁଖରାମ ଅବଲମ୍ ଓ ବିରିୟାଭୂମି ପଂଚାୟତର ପୂର୍ବତନ ସରପଞ୍ଚ ସୁକୁଲ ଫର୍ସ । ଗତକାଲି ଦୁଇଜଣଙ୍କୁ ଅପହରଣ ପରେ ଆଦବଡା ନିକଟରେ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିଯାଇଥିବା କହିଛନ୍ତି ବିଜାପୁର ଏସପି ।