ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ – Sahana Mela

[ad_1]
କୁଆଲୋ/ଢେଙ୍କାନାଳ, ଡିସେମ୍ବର ୨୫ – ଢ଼େଙ୍କାନାଳକୁ ଅକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ଜିଲ୍ଲାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ହୋଇଛି ବୋଲି ସୋମବାର ପରଜଙ୍ଗ ବ୍ଲକ କୁଆଲୋରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ମୋଦି ସରକାର ଓଡ଼ିଶା ତଥା ଢେଙ୍କାନାଳ ଜିଲ୍ଲାର ସମସ୍ତ ଗରିବ ପରିବାରଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୯୫୧ କୋଟି ଟଙ୍କା ବ୍ୟୟରେ ୭୯,୨୪୯ ପରିବାରକୁ ଘର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାରେ ମୋଟ ୩୨୪.୯୬ କୋଟି ଟଙ୍କା ବ୍ୟୟରେ ୧୦,୩୦୫ ଟି ଘର ମଞ୍ଜୁର ହୋଇଛି । ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଢେଙ୍କାନାଳରେ ୨,୭୨,୫୬୪ ପରିବାରର ଶୌଚାଳୟ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ମୋଟ ୧୭.୭୦ ଲକ୍ଷ ଜନସଂଖ୍ୟାରୁ ପ୍ରାୟ ୯ ଲକ୍ଷ ୪୪ ହଜାର ୮୧୫ ଜଣଙ୍କୁ ଗରିବ କଲ୍ୟାଣ ଯୋଜନାରେ ମାସିକ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି ।
ଜଳ ଜୀବନ ମିଶନ ଦ୍ୱାରା ସବୁ ଘରେ ଟ୍ୟାପ ଯୋଗେ ମୋଟ ୨ ଲକ୍ଷ ୭୦ ହଜାର ୮୭୬ ପରିବାର ମଧ୍ୟରୁ ୨ ଲକ୍ଷ ୨ ହଜାର ୭୮୮ ପରିବାରକୁ ଜଳ ସଂଯୋଗ ଦିଆଯାଇଛି ।ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜିଲ୍ଲାର ମୋଟ ୧ ଲକ୍ଷ ୯୯ ହଜାର ୭୫୮ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି । ଆଜି ମୋଦି ଗ୍ୟାରେଣ୍ଟି ବିକଶିତ ଭାରତର ସଂକଳ୍ପ ହୋଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ନାଗରିକଙ୍କୁ ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ପାଠ କରାଇବା ସହ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବ୍ଲକ କୁଆଲୋ ସ୍ଥିତ ପୁରାତନ ଅଷ୍ଟଶମ୍ଭୁ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
[ad_2]