ରାଜ୍ୟ

ଏମ୍ସରେ ଜୀବନ ହାରିଲେ ରୋଗୀ, ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଏମ୍ସରେ ଜୀବନ ହାରିଲେ ରୋଗୀ !। ଭୁବନେଶ୍ବର ଏମସ ହସ୍ପିଟାଲରେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତକ ଯାଜପୁର ଅଟଳପୁର ଗାଁର ୭୦ ବର୍ଷ ବୟସ୍କ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Back to top button