ରାଜ୍ୟ

ଏନାଲାଇଯର ମେସିନ ପାଇଁ ହରଡ ଘଣାରେ ଚାଷୀ, ସବୁ ଧାନ ରିଯେକ୍ଟ ହେବା ନେଇ କରିଛନ୍ତି ଅଭିଯୋଗ

ବିନିକା : ଚିନ୍ତାରେ ଚାଷୀ । ଏନାଲାଇଯର ମେସିନ ପାଇଁ ହଇରାଣ ହେବା ନେଇ କରିଛନ୍ତି ଅଭିଯୋଗ । ଚଳିତ ବର୍ଷ ସରକାର ଚାଷୀଙ୍କୁ ୮୦୦ ଟଙ୍କା ଅତିରିକ୍ତ ବୋନସ ବାବଦରେ ଦେବାକୁ ଘୋଷଣା କରିଥିଲେ । ତେଣୁ ଚାଷୀ ଖୁସିରେ ଥିଲେ କିନ୍ତୁ ଏନାଲାଇଯର ମେସିନ ପାଇ ବର୍ତ୍ତମାନ ଚାଷୀ ଆଶଙ୍କାରେ । ଗତ ୧୦ ତାରିଖରେ ରେ ବିନିକା ମଣ୍ଡି ଖୋଲିଥିଲା କିନ୍ତୁ ଆରମ୍ଭରୁ ଦ୍ଵନ୍ଦ ଦେଖାଯାଇଥିଲା ବହୁ ଚାଷୀଙ୍କ ଟୋକନ୍ ବିଳମ୍ବରେ ଆସିଥିବା ସତ୍ତ୍ବେ କେତେ ଚାଷୀଙ୍କ ଟୋକନ ଅଦ୍ୟାବଧି ଆସିନାହିଁ । କିନ୍ତୁ ବର୍ତ୍ତମାନ ଚାଷୀଙ୍କୁ ପାଇଁ ବିପଦ ସାଜିଛି ଏନାଲାଇଯର ମେସିନ ।

ଏନାଲାଇଯର ମେସିନରେ ପ୍ରାୟ ସବୁଧାନ ରିଯେକ୍ଟ ହେବା ଚାଷୀ ଅଭିଯୋଗ କରିଛନ୍ତି । ଏବଂ ଆଜି ବିନିକା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ସଭା କରିଥିଲେ । ବିନିକା ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଥିବାରୁ ଚାଷୀ ପ୍ରତିନିଧି ମାନେ ଯାଇ ଜିଲ୍ଲାପାଳଙ୍କ ଠାରେ ସିଧାସଳଖ ଅଭିଯୋଗ କରିଥିଲେ ଯେ ଏନାଲାଇଜର ମେସିନରେ ପରୀକ୍ଷା ହେବ । ଚାଷୀ ଧାନ ବିକ୍ରି କରିପାରିବ ନାହିଁ ।

ଚାଷୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ଦାୟିତ୍ଵ ଦେଇ ଦୁଇଟି ପ୍ରକାର ଧାନକୁ ପରୀକ୍ଷା କରିବାକୁ କହିଥିଲେ । ମଣ୍ଡି ଠାରେ ଆସିଥିବା ଦୁଇ ପ୍ରକାର ଧାନକୁ ସମସ୍ତଙ୍କ ଆଗରେ ଏନାଲାଇଯର ମେସିନରେ ପରୀକ୍ଷା କରିବା ପରେ ଦୁଇଟି ଯକ ଧାନ ଫେଲ୍ ମାରିଥିଲା। ଧାନ ରିପୋର୍ଟ ନେଇ ତହସିଲଦାର ଓ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ସମସ୍ୟା ସମାଧାନ ପାଇଁ ଦୁଇ ଦିନ ସମୟ ମାଗିଥିଲେ । ତେବେ ବିଳମ୍ବରେ ମଣ୍ଡି ଖୋଲିବା ଓ ଏନାଲାଇଯର ମେସିନ ପାଇ ଧାନ ନ ବିକି ପରିବା ନେଇ ଚାଷୀ ଅସନ୍ତୋଷ ଦେଖାଦେଇଥିଲା । ଏହାର ନିରାକରଣ ଶୀଘ୍ର ନ କରାଗଲେ ଚାଷୀ ମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button