ରାଜ୍ୟ
EKYC ପାଇଁ ଆହୁରି ଅଛନ୍ତି ୪୦ଲକ୍ଷ ହିତାଧିକାରୀ ,ଆସନ୍ତା ଚାରି ଦିନରେ ସରିବ ଇକେୱାଇସି ଯାଞ୍ଚ

ଭୁବନେଶ୍ବର : ଆସନ୍ତା ଚାରି ଦିନରେ ସରିବ e-KYC ଯାଞ୍ଚ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ e-KYC କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ e-KYC କରିନାହାନ୍ତି ।
ମୋଟ ୩ କୋଟି ୩୫ଲକ୍ଷ ୭୨୦ ଜଣରୁ ୨କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ e-KYC କରି ସାରିଛନ୍ତି । ରାଜ୍ୟରେ ୨କୋଟି୯୪ ଲକ୍ଷ ୫୯ହଜାର ୮୮୬ଜଣ e-KYC କରିଥିବା ବେଳେ ରାଜ୍ୟ ବାହାରେ ଏକ ଲକ୍ଷ ୩୦ ହଜାର ୨୬ ଜଣ e-KYC କରୁଛନ୍ତି ।
ଜାନୁଆରୀ ୩୧ରେ ଇକେୱାଇସି ଯାଞ୍ଚ ସରିବା ପରେ ଯଦି କୌଣସି ଅଭିଯୋଗ ଆସେ ସେନେଇ ସରକାର ବିଚାର କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ e-KYC ପାଇଁ ସରକାର ବିଚାର କରିବେ ।