ରାଜ୍ୟ

ଔପଦାରେ ଚାଞ୍ଚଲ୍ୟ: ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ, ଅଭିଯୁକ୍ତ ଶାଶୂ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ଫେରାର

ସୋର: ବାଲେଶ୍ବର ଜିଲ୍ଲା ଔପଦା ଥାନା ବାଙ୍ଗୁରୁ ଗ୍ରାମର ଯୌତୁକ ପାଇଁ ଜଣେ ବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା
ଅଭିଯୋଗ ହୋଇଛି। ମୃତା ହେଉଛନ୍ତି ସଂପୃକ୍ତ ଗ୍ରାମର ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ। ଏନେଇ ଆରତୀଙ୍କ ବାପା ଖଇରା ବ୍ଲକ୍ ବରଦା ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ପରୀକ୍ଷିତ ପଣ୍ଡା ଔପଦା ଥାନାରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆରତୀଙ୍କୁ ବିବାହ ବେଳେ ଦାବି ଅନୁଯାୟୀ ପରୀକ୍ଷିତ ନଗଦ ୩ ଲକ୍ଷ ଟଙ୍କା ସହ ସୁନାଚେନ,ମୁଦି, ନେକ୍‌ଲେସ ଆଦି ସରଞ୍ଜାମ ଦେଇଥିଲେ। ମାତ୍ର ଏତିକିରେ ସନ୍ତୁଷ୍ଟ ନହୋଇ ମାସେ ତଳେ ଶାଶୂ ଘର ଲୋକ ବାପ ଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ଆରତୀଙ୍କୁ କହିଥିଲେ। ମାତ୍ର ଆରତୀ ନିର୍ଯାତନା ସହି ନପାରି ବାପ ଘରକୁ ପଳାଇଥିଲେ। ୧୫ ଦିନ ପରେ ତାର ସ୍ଵାମୀ ଓ ଶ୍ଵଶୁର କରୁଣାକର ପଣ୍ଡା ଆସି ବୁଝାସୁଝାକରି ନେଇ ଯାଇଥିଲେ। ସେହିପରି ଗତକାଲି ମଧ୍ୟ ଆରତୀଙ୍କୁ ଶାଶୂ ଘର ଲୋକ ବାପ ଘରକୁ ପଇସା ଆଣିବାକୁ ପଠାଇଥିଲେ । ମାତ୍ର ଘର ଅଭାବକୁ ବୁଝିପାରି ଆରତୀ ଗତକାଲି ସକାଳ ୮ଟାରେ
ଶ୍ଵଶୁର ଘରକୁ ଆସିଥିଲେ। ମାତ୍ର ରାତି ୯ଟା ବେଳେ ଆରତୀଙ୍କ ଦେହ ଅସୁସ୍ଥ ଥିବା ବାପ ଘରଲୋକଙ୍କୁ ଫୋନ ଯୋଗେ ଅବଗତ କରାଯାଇଥିଲା। ବାପଘର ଲୋକ ଖଇରା ଡାକ୍ତରଖାନାରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଆରତୀଙ୍କ ଶାଶୂ ଘର ଲୋକ ଫେରାର ଥିବା ବେଳେ ତାଙ୍କ ଶାଶୁ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ତାଙ୍କୁ ହତ୍ୟା କରିଥିବା ପରୀକ୍ଷିତ ଔପଦା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଆରତୀଙ୍କୁ ବିବାହ ବେଳେ ଦାବି ଅନୁଯାୟୀ ପରୀକ୍ଷିତ ନଗଦ ୩ ଲକ୍ଷ ଟଙ୍କା ସହ ସୁନାଚେନ,ମୁଦି, ନେକ୍‌ଲେସ ଆଦି ସରଞ୍ଜାମ ଦେଇଥିଲେ। ମାତ୍ର ଏତିକିରେ ସନ୍ତୁଷ୍ଟ ନହୋଇ ମାସେ ତଳେ ଶାଶୂ ଘର ଲୋକ ବାପ ଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ଆରତୀଙ୍କୁ କହିଥିଲେ। ମାତ୍ର ଆରତୀ ନିର୍ଯାତନା ସହି ନପାରି ବାପ ଘରକୁ ପଳାଇଥିଲେ। ୧୫ ଦିନ ପରେ ତାର ସ୍ଵାମୀ ଓ ଶ୍ଵଶୁର କରୁଣାକର ପଣ୍ଡା ଆସି ବୁଝାସୁଝାକରି ନେଇ ଯାଇଥିଲେ। ସେହିପରି ଗତକାଲି ମଧ୍ୟ ଆରତୀଙ୍କୁ ଶାଶୂ ଘର ଲୋକ ବାପ ଘରକୁ ପଇସା ଆଣିବାକୁ ପଠାଇଥିଲେ । ମାତ୍ର ଘର ଅଭାବକୁ ବୁଝିପାରି ଆରତୀ ଗତକାଲି ସକାଳ ୮ଟାରେ
ଶ୍ଵଶୁର ଘରକୁ ଆସିଥିଲେ। ମାତ୍ର ରାତି ୯ଟା ବେଳେ ଆରତୀଙ୍କ ଦେହ ଅସୁସ୍ଥ ଥିବା ବାପ ଘରଲୋକଙ୍କୁ ଫୋନ ଯୋଗେ ଅବଗତ କରାଯାଇଥିଲା।

ବାପଘର ଲୋକ ଖଇରା ଡାକ୍ତରଖାନାରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଆରତୀଙ୍କ ଶାଶୂ ଘର ଲୋକ ଫେରାର ଥିବା ବେଳେ ତାଙ୍କ ଶାଶୁ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ତାଙ୍କୁ ହତ୍ୟା କରିଥିବା ପରୀକ୍ଷିତ ଔପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Crime

Leave a Reply

Your email address will not be published. Required fields are marked *

Back to top button