ରାଜନୀତି

ଛଠ୍ ଏବଂ ସନାତନ ସଂସ୍କୃତିକୁ ଅପମାନିତ କରିଛି କଂଗ୍ରେସ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ବିହାରର ପବିତ୍ର ଭୂମିରୁ ଲୋକ ଆସ୍ଥାର ମହାପର୍ବ ଛଠ୍ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବନା ଉପରେ ଗଭୀର ଆଘାତ ଦେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିହାରର ବିଜେପି ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କର ଏହି ମନ୍ତବ୍ୟ ସ୍ପଷ୍ଟ ଭାବରେ ସନାତନ ସଂସ୍କୃତି ପ୍ରତି ତାଙ୍କର ଘୃଣା ଏବଂ ମନୋଭାବକୁ ଦର୍ଶାଉଛି । ଏହା ସହିତ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସର ଘୃଣା ଏବଂ ରାଜନୈତିକ ହତାଶାଭାବକୁ ମଧ୍ୟ ଉଜାଗର କରୁଛି । ନିଜର ସାମନ୍ତବାଦୀ ଚିନ୍ତାଧାରା, ରାଜନୈତିକ କୁଣ୍ଠା ଏବଂ ଆସନ୍ନ ପରାଜୟର ଭୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସେହି ମାନସିକତା, ଯାହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପୂଜ୍ୟ ମାତାଙ୍କ ପ୍ରତି ଏଭଳି ଅପମାନସୂଚନ ମନ୍ତବ୍ୟ ଦିଆଯାଇଥିଲା ।

ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଏବଂ ସେମାନଙ୍କର ମେଣ୍ଟ ସବୁବେଳେ ବିହାରରେ ଜଙ୍ଗଲରାଜକୁ ପ୍ରୋତ୍ସାହନ ଦେଇ ବିହାରର ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କ ଆକାଂକ୍ଷାକୁ ଦାବିବା ପାଇଁ କାର୍ଯ୍ୟ କରିଛନ୍ତି। ଆଜି ସେମାନେ ନିର୍ବାଚନରେ ସ୍ପଷ୍ଟ ପରାଜୟର ବ୍ୟଗ୍ରତାରେ ଏଭଳି ହୀନ  ଭାଷା ପ୍ରୟୋଗ କରୁଛନ୍ତି । ତେବେ, ବିହାରର ଜନତା ପରିବାରବାଦ ଏବଂ ଘୃଣାର ରାଜନୀତି ବଦଳରେ କେବଳ ବିକାଶ ଓ ସୁଶାସନ ଚାହୁଁଛନ୍ତି । ତେଣୁ, ଶ୍ରୀ ରାହୁଲ ଗାନ୍ଧୀ ଛଠ୍ ମହାପର୍ବ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ଏହି ଅପମାନଜନକ ତଥା ମର୍ଯ୍ୟାଦାହୀନ ବୟାନ ପାଇଁ ତୁରନ୍ତ ବିହାର ଏବଂ ସମଗ୍ର ଦେଶର ଜନସାଧାରଣଙ୍କ ନିକଟରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

 

Leave a Reply

Your email address will not be published. Required fields are marked *

Back to top button