ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ଅନୁ ଗର୍ଗ

ଓଡ଼ିଶାର ନୂତନ ମୁଖ୍ୟ ଶାସନ ସଚିବ ହେବେ ଶ୍ରୀମତୀ ଅନୁ ଗର୍ଗ । ୧୯୯୧ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିସନରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ପ୍ରଶାସନର ମୁଖ୍ୟ ପଦବୀରେ ସେ ହେବେ ପ୍ରଥମ ମହିଳା । ଆସନ୍ତା ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅବସର ପରେ ସେ ଦାୟିତ୍ୱ ଗ୍ରହଣ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବରୁ ମନୋଜ ଆହୂଜାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । ଏହା ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ଅନୁ ଗର୍ଗଙ୍କୁ ଏହି ପଦ ମିଳିଛି । ଜାନୁୟାରୀ ୧ ତାରିଖରେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବେ ।

୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଉନ୍ନୟନ ଆୟୁକ୍ତ ଦାୟିତ୍ୱ ତୁଲାଉଛନ୍ତି । ଅଭିଜ୍ଞତା ଦୃଷ୍ଟିରୁ ଅନୁ ଗର୍ଗଙ୍କର ଅନେକ ଅଭିଜ୍ଞତା ରହିଛି ।
ଆଇଏଏସ୍ ଅନୁ ଗର୍ଗ ୧ ମାର୍ଚ୍ଚ ୧୯୬୯ରେ ଜନ୍ମ ଗ୍ରହଣ କରିଛନ୍ତି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ ହାସଲ କରିବା ପରେ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଗ୍ରହଣ କରିଛନ୍ତି । ଜନ୍ ହପକିନ୍ସ ୟୁନିଭର୍ସିଟିରୁ ପିଜି ମଧ୍ୟ କରିଛନ୍ତି ।




