ରାଜ୍ୟ

କ୍ୟାବିନେଟରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର :-  ଆଜି ରାଜ୍ୟ କ୍ୟାବିନେଟର ୩୩ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା  l
ବୈଠକ ପରେ ମୁଖ୍ୟ  ଶାସନ ସଚିବ ଶ୍ରୀ ମନୋଜ ଆହୁଜା  କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା  ଦେଇଥିଲେ  ।
କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମୋଟ ୭ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ ସହିତ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା l
ତନ୍ମଧ୍ୟରେ ଗୋଟିଏ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ୫ ମ ଅଧିବେଶନର ସତ୍ରା ବସାନ ( Session Prorogation ) ସମ୍ପର୍କିତ ଥିଲା l  ଏତଦବ୍ୟତିତ ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ କ୍ୟାବିନେଟ୍ ମୋହର ମାରିଛି । ବରପୁତ୍ରମାନଙ୍କ ଗାଁରେ ତିଆରି ହେବ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ । ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁରେ ଯୋଜନା ଆରମ୍ଭ ହେବ । ପ୍ରତି ବରପୁତ୍ର ଐତିହ୍ୟ ଗ୍ରାମ୍ୟ ପାଇଁ ୧୫ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଶକ୍ତିବିକାଶ ଯୋଜନା- ସ୍ମାର୍ଟ ମିଟର ସଂଯୋଗର ୧ମ ପର୍ଯ୍ୟାୟକୁ ଅନୁମୋଦନ । ରାଜ୍ୟର ୫ଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ପରିଣତ କରାଯିବ । ରାଜ୍ୟର ୫ଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ।

Leave a Reply

Your email address will not be published. Required fields are marked *

Back to top button