କ୍ରିପ୍ଟୋ କରେନ୍ସି ଜାଲରେ ୧୦୦୦ ପୋଲିସ, ସ୍ୱେଚ୍ଛାକୃତ ଅବସର ନେଲେ ଅନେକ ଅଧିକାରୀ – Sahana Mela
[ad_1]
ସିମଲା: କ୍ରିପ୍ଟୋ କରେନ୍ସି ଜାଲରେ ଅନେକ ପୋଲିସ ଅଧିକାରୀ। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଜାଲରେ ଫସିଛନ୍ତି ୧୦୦୦ ପୋଲିସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଜଣେ ଅଧିକାରୀ। ନକଲି କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି ପୋଲିସ କର୍ମଚାରୀମାନଙ୍କୁ ଚୁନ ଲଗାଉଥିଲେ ଅପରାଧି।
ସୂଚନା ଅନୁସାରେ ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଟିଏଫ)ର କହିବା କଥା ହେଲା, ନକଲି କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି ସାଇବର ଠକେଇ ଜଣକ ପୋଲିସ କର୍ମଚାରୀ ମାନଙ୍କୁ ଠକୁଥଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ପୋଲିସ ଅଧିକାରୀ ମୋଟା ଅଙ୍କର ଲାଭ ମଧ୍ୟ କରିଥିଲେ। ସେମାନଙ୍କ ସହିତ ଅନ୍ୟ ନିବେଶକଙ୍କୁ ଯୋଡି ଦିଆଯାଇଥିଲ। ସାଇବର ଅଧିକାରୀ ଜଣକ ଲକ୍ଷାଧିକ ଲୋକଙ୍କୁ ଠକେଇ କରିଛି, ଯେଉଁଥିରେ ଅନେକ ଆଇଡି ଜଣେ ବ୍ୟକ୍ତିଙ୍କ ନାଁରେ ରିହଛି।
ଯୋଜନାବଧ ଭାବରେ ଏହି ଲୋକମାନେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଅଧିକ ଲାଭର ଆଶା ଦେଖାଇଥିଲେ। ଏହି ଜାଲରେ ପଡିଥିଲେ ପୋଲିସ କର୍ମୀ, ଶିକ୍ଷକ ଏବଂ ସାଧାରଣ ବ୍ୟକ୍ତି। ତେବେ ଏଥିରେ ସାମିଲ ଅଧିକାଂଶ ପୋଲିସ ଅଧିକାରୀଙ୍କୁ କ୍ଷତି ସହିବାକୁ ପଡିଥିଲା। ଏହି ଯୋଜନାରେ ସାମିଲ କିଛି ପୋଲିସ ଅଧିକାରୀ ସ୍ବେଛାକୃତ ଅବସର ନେଇଛନ୍ତି। ଏହି ଠକାମିରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
[ad_2]