ଦେଶ- ବିଦେଶ

Election Commission of Indiaଙ୍କ ଘୋଷଣା: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ଆସନରେ ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ବୁଧବାର Election Commission of India ପକ୍ଷରୁ ରାଜ୍ୟସଭାରେ ଖାଲି ହେବାକୁ ଥିବା ଆସନଗୁଡ଼ିକ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ୧୬ରେ ଭୋଟଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେବାକୁ ଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଓ ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ସୁଯୋଗ ରହିଛି।

ମାର୍ଚ୍ଚ ୧୬ରେ ଭୋଟଗ୍ରହଣ ସମ୍ପନ୍ନ ହେବା ପରେ ସେହିଦିନ ସନ୍ଧ୍ୟା ୫ଟାରେ ମତଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ। ମାର୍ଚ୍ଚ ୨୦ରେ ସମସ୍ତ ପ୍ରକ୍ରିୟା ଶେଷ ହେବ।

କେଉଁ କେଉଁ ରାଜ୍ୟରେ କେତେ ଆସନ ଖାଲି

ଆସନ୍ତା ଏପ୍ରିଲରେ Maharashtra, Odisha, Tamil Nadu, West Bengal, Telangana, Assam, Bihar, Chhattisgarh, Haryana ଏବଂ Himachal Pradeshରେ ମୋଟ ୩୭ଟି ଆସନ ଖାଲି ହେବ।

ଏପ୍ରିଲ ୨ରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାର ୪ଟି, ତାମିଲନାଡୁର ୬ଟି ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ। ସେହିପରି ଏପ୍ରିଲ ୯ରେ ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୫ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଓ ହିମାଚଳ ପ୍ରଦେଶର ୧ଟି ଆସନ ଖାଲି ହେବ।

ଓଡ଼ିଶାରେ ୪ଟି ଆସନ ଖାଲି

ଓଡ଼ିଶାରୁ ୪ଜଣ ସାଂସଦଙ୍କର କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେବାକୁ ଯାଉଛି। ସେମାନଙ୍କ ମଧ୍ୟରେ Munna KhanNiranjan Bishi (ବିଜେଡ଼ି), ଏବଂ Sujit KumarMamata Mohanta (ବିଜେପି) ଅଛନ୍ତି।

ଏହି ପରିସ୍ଥିତିରେ ରାଜ୍ୟର ରାଜନୈତିକ ମହଳରେ ଚଞ୍ଚଳତା ବଢ଼ିଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ତୀବ୍ର ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button