ମନୋରଞ୍ଜନ

ଝିଅର ନାମ ରିଭିଲ କଲେ ମୁନାୱର ଫାରୁକି, ସୋସିଆଲ ମିଡିଆରେ ସେୟାର କଲେ ପ୍ରଥମ ଝଲକ

ଷ୍ଟାଣ୍ଡ-ଅପ୍ କମେଡିଆନ ମୁନାୱର ଫାରୁକି ଏବଂ ତାଙ୍କ ପତ୍ନୀ ମହଜବୀନ ଫାରୁକି ନିକଟରେ ପିତାମାତା ହୋଇଛନ୍ତି । ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି । ଏହାରି ମଧ୍ୟରେ ସେମାନେ ସେମାନଙ୍କର କନ୍ୟା ସନ୍ତାନର ନାଁ ପ୍ରକାଶ କରିଛନ୍ତି । ମୁନାୱର ଫାରୁକି ଏବଂ ତାଙ୍କ ପତ୍ନୀ ମହଜବୀନ୍ ମେ ୧ ତାରିଖରେ ସେମାନଙ୍କ ଝିଅକୁ ସ୍ୱାଗତ କରିଥିଲେ । ଏହି ଦମ୍ପତି ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ମଧ୍ୟ ସେୟାର କରିଥିଲେ । କିନ୍ତୁ ଆଜି ମୁନାୱର ଫାରୁକିଙ୍କ ପତ୍ନୀ ମହଜବୀନ ଫାରୁକି ଇନଷ୍ଟାଗ୍ରାମରେ ତାଙ୍କ ଝିଅ ସହିତ ଅନେକ ଫଟୋ ସେୟାର କରିଛନ୍ତି । ହେଲେ ସେ ଫଟୋଗୁଡ଼ିକରେ ତାଙ୍କ ଝିଅର ମୁହଁ ରିଭିଲ କରିନାହାଁନ୍ତି ।

ମୁନାୱର ଏବଂ ମହଜବୀନ ସେମାନଙ୍କ ଝିଅର ନାମ ବରିରାହ ମୁନାୱର ଫାରୁକି ରଖିଛନ୍ତି । ଦମ୍ପତି ଏହାର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଫଟୋଗୁଡ଼ିକ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଆଲହାମଦୁଲିଲ୍ଲାହ ୧ ମେ ୨୦୨୬ରେ ଆମକୁ ଏକ ଝିଅ ରୂପରେ ଏକ ସୁନ୍ଦର ଉପହାର ମିଳିଥିଲା । ଆମେ ତାଙ୍କର ନାମ ବରିରାହ ମୁନାୱର ଫାରୁକି ରଖିଛୁ । ଏହି ନାମ ପବିତ୍ରତା ଏବଂ ଧାର୍ମିକତାର ପ୍ରତୀକ । ଏଥିସହ ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଲିବ୍ରିଟିମାନେ ଫଟୋଗୁଡ଼ିକ ଉପରେ ପ୍ରେମର ବର୍ଷା କରୁଛନ୍ତି । ସାନା ମକବୁଲ ମାଶାଲ୍ଲାହ!, ଲେଖିଥିବାବେଳେ ମାହି ଭିଜ୍ ଲେଖିଛନ୍ତି ମାଇଁ ଲଭ୍ ।

ରିପୋର୍ଟ ଅନୁସାରେ, ଏହି ଦମ୍ପତି ତାଙ୍କ ଝିଅକୁ ସ୍ବାଗତ କରିବା ସହ ଖୁସିକୁ ପାଳନ କରିବା ପାଇଁ ମୁମ୍ବାଇରେ ପାର୍ଟିରେ ଆୟୋଜନ କରିଥିଲେ । ଯେଉଁଥିରେ କେବଳ ନିକଟତର ପରିବାର ସଦସ୍ୟମାନେ ସାମିଲ ହୋଇଥିଲେ । ମୁନାୱରଙ୍କ ପୁଅ ମିଖାଇଲ ଏବଂ ମହଜବୀନଙ୍କ ବଡ଼ ଝିଅ, ତାଙ୍କ ସାନ ଭଉଣୀଙ୍କ ସହିତ, ସମସ୍ତେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Back to top button