ଅପରାଧ
ଡେଲାଙ୍ଗରେ ବେଆଇନ ପଥର ଖଣି ବିବାଦ, ଗୁଳି ଫୁଟିବା ସହ ବୋମା ମାଡ଼ରେ ୩ ଜଣ ଆହତ

ଡେଲାଙ୍ଗରେ ବେଆଇନ ପଥର ଖଣି ବିବାଦ । ଗୁଳି ଫୁଟିବା ସହ ବୋମା ମାଡ଼ରେ ୩ ଜଣ ଆହତ ହୋଇଛନ୍ତି । ପିପିଲି ଡେଲାଙ୍ଗ ଥାନା ହରିପୁର କଲେଜ ନିକଟ ଏକ ଫାର୍ମ ହାଉସ ଆଗରେ ବୋମାମାଡ଼ ସହ ଗାଡି ଭଙ୍ଗାରୁଜା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟିଛି ଘଟଣା । ବୋମାମାଡ଼ରେ ୩ ଜଣ ଆହତ ହୋଇଛନ୍ତି ।
ବେଅଇନି ଖଣି ଖୋଳା ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି । ଫାର୍ମ ହାଉସରେ କିଛି ଯୁବକ ରୋଷେଇ କରୁଥିବା ବେଳେ ରାତି ପ୍ରାୟ ୧୧ଟା ୩୦ମିନିଟ ସମୟରେ କିଛି ଦୁର୍ବୃତ୍ତ ଆସି ଫାର୍ମ ହାଉସ ଆଗରେ ୩ ଟି ବୋମାମାଡ଼ କରିବା ସହ ଗୁଳି ଫୁଟାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଫୁଟି ନଥିଲା । ଅଫୁଟା ବୋମା ଘଟଣା ସ୍ଥଳରେ ପଡ଼ିଛି । ଗୋଟିଏ କାରର କାଚକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ଏନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।




