ମନୋରଞ୍ଜନ

ଚର୍ଚ୍ଚାରେ ରଣବୀର ସିଂ, ଭଗବାନ ଶିବ ଭୂମିକାରେ ଆସିପାରନ୍ତି ନଜର

ଧୁରନ୍ଧର ପରଠାରୁ ଶିରୋନାମାରେ ରଣବୀର ସିଂ । କିଛି ଫିଲ୍ମ ତାଙ୍କର ଫ୍ଲପ୍ ହୋଇଥିଲା ହେଲେ ଧୁରନ୍ଧର ପରଠାରୁ ତାଙ୍କ କ୍ୟାରିଅରରେ ବଡ଼ ଉନ୍ନତି ଘଟିଛି । ଏବେ ପୁଣି ‘‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’’ ରେ ନଜର ଆସିପାରନ୍ତି ରଣବୀର ସିଂ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମଟି ରଣବୀରଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବ ବୋଲି ଆଶା କରାଯାଉଛି । ଏଥିସହ ଏହା ପୌରଣିକ ଫିଲ୍ମର ଏକ ପ୍ରମୁଖ ତ୍ରିକୋଣୀୟ ଫିଲ୍ମ ହେବ ।

ଏକ ରିପୋର୍ଟ ଅନୁଯାୟୀ, ରଣବୀର ଏହି ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିପାରନ୍ତି । ଏହି ଫିଲ୍ମଟି ଅମିଶ ତ୍ରିପାଠୀଙ୍କ ଏକ ପୁସ୍ତକ ଉପରେ ଆଧାରିତ । ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’ ହେଉଛି ଲୋକପ୍ରିୟ ଶିବ ତ୍ରିକୋଣ । ଯାହା ପ୍ରଥମ ପୁସ୍ତକ ଏବଂ ଏଥିରେ ଭଗବାନ ଶିବଙ୍କୁ ବୀର ବ୍ୟକ୍ତି ଭାବରେ ଚିତ୍ରଣ କରାଯାଇଛି । ମଜାଦାର କଥା ହେଉଛି, ରଣବୀର ସିଂ ଏହି ତ୍ରିକୋଣୀୟ ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ବାକି କଳାକାରଙ୍କ ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ଯାହାର ସୁଟିଂ ୨୦୨୮ ମସିହାରେ ଆରମ୍ଭ ହେବାର ଆଶା ରହିଛି ।

ଅନ୍ୟପଟେ ଅମିଶ ତ୍ରିପାଠୀଙ୍କ ପୁସ୍ତକର କଭର ଲଞ୍ଚ କରିଥିବା ଅକ୍ଷୟ କୁମାର କହିଥିଲେ ଯେ, ‘‘ ଯେତେବେଳେ ତାଙ୍କୁ ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’ର ଅଧିକାର କିଣିବାକୁ କୁହାଯାଇଥିଲା ସେତେବେଳେ ସେ ଶିବ ଭୂମିକାରେ ଅଭିନୟ କରିପାରିବେ କି ନାହିଁ ବୋଲି ଭାବି ଅଭିନୟ କରିବାକୁ ମନା କରିଦେଇଥିଲେ । ପରେ କରଣ ଜୋହରଙ୍କଠାରୁ ଏହାର କାହାଣୀ ଶୁଣିବା ପରେ ସେ ଏହାକୁ ହରାଇଛନ୍ତି ବୋଲି ଅନୁଭବ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button