ବ୍ୟାଙ୍କକକ୍ ଗଲେ ବାଳିକା ବଧୂର ଫେମ୍ ଅବିକା ଗୋର୍, ଇଣ୍ଡଷ୍ଟ୍ରିରେ ଆସିବେ କି ନଜର!

ଏବେ ଶିରୋନାମାରେ ଅଛନ୍ତି ବାଳିକା ବଧୂର ଫେମ୍ ଅବିକା ଗୋର୍ । ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ନିଷ୍ପତ୍ତି ନେଇଛନ୍ତି । ଅବିକା ତାଙ୍କ ସ୍ବାମୀ ମିଲିନ୍ଦ ଚାନ୍ଦୱାନୀଙ୍କ ସହ ବ୍ୟାଙ୍କକକ୍ ଯାତ୍ରା କରିଛନ୍ତି । ନିକଟରେ ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯାହାକୁ ନେଇ ଲୋକମାନେ ଏବେ ଅନେକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ସେ ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରକାଶ କରିଛନ୍ତି ।
ଅବିକା ଗୋର ଏବଂ ମିଲିନ୍ଦ ଚାନ୍ଦୱାନୀ ୨୦୨୫ ମସିହା ସେପ୍ଟେମ୍ବର ୩୦ ତାରିଖରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ସେମାନେ ବ୍ୟାଙ୍କକକରେ ଏକ ନୂଆ ଘର କିଣିଛନ୍ତି । ତାଙ୍କ ସ୍ବାମୀଙ୍କ କ୍ୟାରିଅରକୁ ଧ୍ୟାନ ଦେବା ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିନେତ୍ରୀ ଏକ ଇଣ୍ଟେରଭ୍ୟୁରେ କହିଥିଲେ । ତାଙ୍କର ନୂଆ ଘରକୁ ସେମାନଙ୍କ ପସନ୍ଦ ହିସାବରେ ସଜାଉଛନ୍ତି ବୋଲି ମଧ୍ୟ ସେ ସେହି ଇଣ୍ଟରଭ୍ୟୁରେ କହିଥିଲେ ।
ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ, କାମ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ପାଇଁ ବାହାରେ ରଖିଥିଲା । ସୁଟିଂ ପାଇଁ ତାଙ୍କୁ କେବେ ହାଇଦ୍ରାବାଦ, ରାଜମୁଦ୍ରୀ ତ ଆଉ କେତେବେଳେ ଅନ୍ୟ କୌଣସି ସହର ଯିବାକୁ ପଡୁଥିଲା । ଯାହା ତାଙ୍କୁ ଭ୍ରମଣ କରିବାକୁ ବାଧ୍ୟ କରିଥିଲା । ତେଣୁ ସେ ବ୍ୟାଙ୍କକକ୍ ଯାତ୍ରା କରିଲେ ମଧ୍ୟ ତାଙ୍କ ସୁଟିଂ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ କାମ ଜାରି ରଖିବେ ବୋଲି ମଧ୍ୟ ସେ କହିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଥିଲା ।
ବିଶେଷ କଥା ହେଉଛି ଯେ, ଅବିକା ଗୋର ଖୁବ୍ ଶୀଘ୍ର ରୋହିତ ସେଟ୍ଟୀଙ୍କ ଷ୍ଟଣ୍ଟ ଶୋ କତରୋ କେ ଖିଲାଡି ସିଜିନ୍ ୧୫ରେ ନଜର ଆସିବାକୁ ଯାଉଛନ୍ତି । ଏହା ପୂର୍ବରୁ ଖତରୋ କେ ଖିଲାଡି ସିଜିନ୍ ୯ରେ ମଧ୍ୟ ସେ ନଜର ଆସିଥିଲେ । ପରସ୍ପର ଉଭୟଙ୍କ କ୍ୟାରିଅରକୁ ନେଇ ସପୋର୍ଟ କରନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।




