ଜ୍ୟୋତିଷ

ସାପ କାମୁଡା ସ୍ବପ୍ନ ଦେଖୁଛନ୍ତି କି, ତେବେ ଜାଣନ୍ତୁ ଏହା ଭଲ ନା ଖରାପ

ସମସ୍ତେ କେବେ ନା କେବେ ଶୋଇଥିବା ସମୟରେ ସ୍ବପ୍ନ ଦେଖିଥିବେ ନିଶ୍ଚୟ । ଯାହା ଦ୍ବାରା ଆମେ ଅନେକ ବାସ୍ତବ ଏବଂ ଅବାସ୍ତବ ଜିନିଷ ଦେଖିଥାଉ । ସ୍ବପ୍ନ ଶାସ୍ତ୍ର ଅନୁସାରେ ଏମିତି ଅନେକ ଜିନିଷ ଦେଖିଥାଉ ଯାହା ଆମକୁ ବେଳେବେଳେ କିଛି ସଙ୍କେତ ଦେଇଥାଏ । ସାପ କେବଳ ସ୍ବପ୍ନରେ ଦେଖାଯାଏ ନାହିଁ । ଯାହାର କିଛି ବିଶେଷ ଅର୍ଥ ଅଛି । ଯଦି ଆପଣ ସାପ କାମୁଡିବାର ସ୍ବପ୍ନ ଦେଖନ୍ତି ତେବେ ଭବିଷ୍ୟତରେ ଗମ୍ଭୀର ପରିଣାମର ସୂଚନା ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି? ପ୍ରତ୍ୟେକ ସାପ କାମୁଡିବା ସ୍ବପ୍ନ ଖରାପ ହୋଇ ନଥାଏ । ବରଂ କିଛି ସକରାତ୍ମକ ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ସାପ କାମୁଡିବା ସ୍ବପ୍ନ କେବେ ଭଲ ଓ କେବେ ଖରାପ ସେ ସମ୍ପର୍କରେ ଜାଣିବା ।

ଯଦି ଆପଣ ସ୍ବପ୍ନରେ ଦେଖିଛନ୍ତି ସାପ ଆପଣଙ୍କ ହାତ କିମ୍ବା ଗୋଡକୁ କାମୁଡୁଛି ତେବେ ଭବିଷ୍ୟତ ପାଇଁ ସତର୍କ ରହିବା ଉଚିତ୍ । ଯାହା କ୍ୟାରିଅର ଏବଂ ପାରିବାରିକ ଜୀବନକୁ ନେଇ ଆସୁଥିବା କିଛି ଉତ୍ତେଜନାକୁ ସୂଚାଇଥାଏ । ଯଦି ଆପଣଙ୍କୁ ସାପ କାମୁଡୁଛି ଏବଂ ଆପଣଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ ତେବେ ବୁଝିନିଅନ୍ତୁ ପୂର୍ବ ଶତ୍ରୁତା ଶେଷ ହେବାକୁ ଯାଉଛି ।

ସେହିପରି ଯଦି ଆପଣଙ୍କ ସ୍ୱପ୍ନରେ ଏକ କଳା ସାପ ଆପଣଙ୍କ ପିଛା କରୁଛି ଏବଂ ଆପଣଙ୍କୁ ବାରମ୍ବାର କାମୁଡୁଛି ତେବେ ଆପଣଙ୍କ କୁଣ୍ଡଳୀରେ ରାହୁ-କେତୁ ସମ୍ବନ୍ଧୀୟ ଦୋଷ ଅଛି ବୋଲି ବୁଝିଯାଆନ୍ତୁ । ଯାହା ଆର୍ଥିକ କ୍ଷତି ଏବଂ ତିକ୍ତ ବୈବାହିକ ଜୀବନକୁ ସୂଚିତ କରେ । ଏପରି ପରିସ୍ଥିତିରେ, ରାହୁ-କେତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । କିନ୍ତୁ ଯଦି ଆପଣ ହଳଦିଆ କିମ୍ବା ଧଳା ସାପ କାମୁଡ଼ିବାର ସ୍ୱପ୍ନ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହି ସ୍ୱପ୍ନ ଆର୍ଥିକ ଲାଭ ସମ୍ପର୍କରେ ସଙ୍କେତ ଦେଇଥାଏ । ଏହା ବ୍ୟତୀତ ସାପଟି କାମୁଡୁଛି ହେଲେ ସେଥିରେ ବିଫଳ ହେଉଛି ତେବେ ବଡ଼ ସମସ୍ୟା ଆପଣ ମୁକ୍ତି ପାଇବାକୁ ଯାଉଛନ୍ତି ବୋଲି ସୂଚନା ଦିଏ ।

Leave a Reply

Your email address will not be published. Required fields are marked *

Back to top button