ରାଜ୍ୟ

ବାଇକ୍‌ ଓ ଟ୍ରକ୍‌ ଧକ୍କାରେ ୨ ଜଣ ମୃତ୍ୟୁ – Sahana Mela

[ad_1]

ପଡ଼ିଆବାହାଲ : ସଡକ ଦୁଘଟଣା ରେ ୨ ମୃତ୍ୟୁ l ବାଇକ୍‌ ଟ୍ରକ୍‌କୁ ଧକ୍କା ଦେବାରୁ ଦୁଇ ଭାଇ ଜୀବନ ଚାଲି ଯାଇଛି l ସମ୍ବଲପୁର ସଦର ଥାନା ଜୟନ୍ତପୁର ଛକ ନିକଟରେ l
ସୂଚନାନୁସାରେ , ଆଜି ଏକ ଦୁର୍ଘଟଣାରେ ଚାଲିଯାଇଛି ୨ ଜଣ ଙ୍କ ଜୀବନ l ଏହି ଘଟଣାଟି ସମ୍ବଲପୁର ସଦର ଥାନା ଜୟନ୍ତପୁର ଛକ ନିକଟରେ ଆଜି ସକାଳେ ଏକ ବାଇକ୍‌ ଟ୍ରକ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଯୁଯୁମୁରା ଥାନା ଭଣ୍ଡାରିମାଲ ଗ୍ରାମର ଦୁଇ ଭାଇ ଅଚ୍ୟୁତା ଓ ଗୌରା ଏକ ମଟରସାଇକଲ୍‌ରେ ଆସୁଥିବା ବେଳେ ଜୟନ୍ତପୁର ଛକ ନିକଟରେ ଏକ ଟ୍ରକ୍‌ରେ ବାଡ଼େଇ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଥାନା ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି ବୋଲି ସୂଚନାମିଳିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button