ରାଜନୀତି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରଖିଲେନି ପ୍ରତିଶ୍ରୁତି, ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଦେଲେ ଇସ୍ତଫା

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୁଇଦିନ ପରେ ଡିକେ ଶିବକୁମାରଙ୍କୁ ବଡ଼ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ଶିବକୁମାର ଗୁରୁବାର ବିଭାଗ ବଣ୍ଟନ କରିଛନ୍ତି । ଆଉ ଦିନକ ପରେ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀଙ୍କୁ ବେଙ୍ଗାଲୁରୁ ବିକାଶ ମନ୍ତ୍ରଣାଳୟ ନ ମିଳିବା ପରେ ନିରାଶ ଥିଲେ ।

ବେଙ୍ଗାଲୁରୁ କୋରମଙ୍ଗଳା ସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରେସ କନଫରେନ୍ସ କରି ନିଜ ଇସ୍ତଫା ଦେବାର କାରଣ ଖୁଲାସା କରିଛନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ରାମଲିଙ୍ଗାଙ୍କୁ ପୂର୍ବରୁ ବେଙ୍ଗାଲୁରୁ ସହରୀ ବିକାଶ ମନ୍ତ୍ରଣାଳୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏଭଳି ନ ହେବାରୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏହା ଲୋକମାନେ ଜାଣନ୍ତୁ । ମୁଁ ବିଧାୟକ ଭାବେ କାର୍ଯ୍ୟ କରିବି, କଂଗ୍ରେସରୁ ଇସ୍ତଫା ଦେବି ନାହିଁ । ମୋର ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ମୁଁ କେବଳ ମୋ ଇସ୍ତଫା ଦେବାରୁ ସତ ଲୋକଙ୍କୁ ଜଣାଇବାକୁ ଚାହୁଁଛି । ମୁଁ ଗତ ୫୩ ବର୍ଷ ହେଲାଣି କଂଗ୍ରେସ ପାର୍ଟିରେ ଜଣେ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବେ କାମ କରିଛି । ପାର୍ଟି ମୋତେ ବହୁତ ସୁଯୋଗ ଦେଇଛି । ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । କଂଗ୍ରେସ ପାର୍ଟିରୁ ନୁହେଁ । ମୁଁ ଜୀବନରେ କେବେ ବି କଂଗ୍ରେସ ପାର୍ଟିରୁ ଇସ୍ତଫା ଦେବି ନାହିଁ ।

ମନ୍ତ୍ରୀ ରାମଲିଙ୍ଗା ୮ ଥର ବିଧାୟକ ରହିସାରିଛନ୍ତି । ବିରପ୍ପା ମୋଇଲି ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ । ରେଡ୍ଡୀ ସିଦ୍ଧରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ୨ ଥର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ହେଲେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମନ୍ତ୍ରୀମଣ୍ଡଳ ନ ମିଳିବା ପରେ ନିରାଶ ରହିଛନ୍ତି ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ।

Leave a Reply

Your email address will not be published. Required fields are marked *

Back to top button