ସ୍ୱାସ୍ଥ୍ୟ

ସକାଳୁ ଏହି ସବୁ ଜିନିଷ ଦେଖୁଛନ୍ତି କି ? ହୋଇପାରେ ଅଶୁଭ

ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ  । ଯାହା ଗୋଟିଏ ସାଧାରଣ ମଣିଷ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚେନା କରାଯାଏ । ସକାଳେ ଉଠିବା ପରେ ପ୍ରଥମ ଦର୍ଶନ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳେ ଉଠିବା ମାତ୍ରେ ଜଣେ ପ୍ରଥମେ ଯାହା ଦେଖେ ତାହା ବ୍ୟକ୍ତିର ମନ, ଶକ୍ତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ । ସକାଳେ ଦେଖୁଥିବା ଜିନିଷଗୁଡ଼ିକ ଦୈନନ୍ଦିନ ଚିନ୍ତାଧାରା ଏବଂ ଫଳାଫଳକୁ ପ୍ରଭାବିତ କରେ ବୋଲି ବିଶ୍ୱାସ ରହିଛି । ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ବିଛଣାରୁ ଉଠି ତୁରନ୍ତ ଦେଖିବା ଦ୍ବାରା ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଆସନ୍ତୁ ଏହି ଜିନିଷଗୁଡ଼ିକ ବିଷୟରେ ଜାଣିବା ।

ଛାଇ : ସକାଳୁ ବିଛଣାରୁ ଉଠିବା ମାତ୍ରେ ଛାଇ ଦେଖିବା ଅନୁଚିତ୍ । ଯାହାକୁ ଅଶୁଭ ବୋଲି ମନାଯାଇଥାଏ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ନିଜ ଛାଇ ଦେଖି ଦିନ ଆରମ୍ଭ କରିବା ଭଲ ନୁହେଁ । ଯାହା ଜୀବନରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ ।

ଭଙ୍ଗା ଆଇନା : ଯେତେବେଳେ ତୁମେ ସକାଳେ କୁଆଡେ ଯିବାକୁ ବାହାରୁଛ ସେତେବେଳେ ଭଙ୍ଗା ଆଇନା ଦେଖିବା ଠାରୁ ଦୂରେଇ ରୁହନ୍ତୁ । ଏପରି କରିବା ଅଶୁଭ ହୋଇଥାଏ । ଏପରି ପୂର୍ବରୁ କରିବା ଦ୍ବାରା ଯେକୌଣସି କାମକୁ ଖରାପ କରିଦେଇପାରେ ।

ମଇଳା ବାସନ : ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠିବା ପରେ ତୁରନ୍ତ ରୋଷେଇ ଘରେ ମଇଳା ବାସନ ଦେଖିବା ଶୁଭ ନୁହେଁ । ତେଣୁ ସକାଳେ ଉଠିବା ପରେ ତୁରନ୍ତ ରୋଷେଇ ଘରେ ମଇଳା ବାସନ ଦେଖନ୍ତୁ ନାହିଁ । ଏପରି ମଇଳା ବାସକୁସନ ସକାଳୁ ଦେଖିବା ଦ୍ବାରା ଘରେ ଦୁଃଖ ଏବଂ ଦାରିଦ୍ର୍ୟ ଆସିଥାଏ ।

ବନ୍ଦ ଘଣ୍ଟା : ବାସ୍ତୁରେ ଘଣ୍ଟାକୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଘରେ ବନ୍ଦ ଘଣ୍ଟା ରଖିବା କିମ୍ବା ଦେଖିବା ଶୁଭ ନୁହେଁ । ତେଣୁ ସକାଳୁ ଉଠିବା ପରେ ଭୁଲରେ ମଧ୍ୟ ବନ୍ଦ ଘଣ୍ଟା ଦେଖନ୍ତୁ ନାହିଁ । ଯାହା ପରବର୍ତ୍ତୀ ସମୟରେ ଜୀବନରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।

ଭଙ୍ଗା ମୂର୍ତ୍ତି : ସକାଳୁ ସକାଳୁ ଉଠିବା ମାତ୍ରେ ଦେବତା-ଦେବୀଙ୍କର ଭଙ୍ଗା ମୂର୍ତ୍ତି ଦେଖିବା କିମ୍ବା ଛୁଇଁବାଠାରୁ ଦୂରେଇ ରୁହନ୍ତୁ । ଘରେ ଭଙ୍ଗା ମୂର୍ତ୍ତି ରଖିବା ଦ୍ବାରା ନକରାତ୍ମକ ଶକ୍ତି ବୃଦ୍ଧି କରେ । ତେଣୁ ଏଭଳି ମୂର୍ତ୍ତିକୁ ଘରେ ନ ରଖି ପବିତ୍ର ନଦୀରେ ଉଭାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *

Back to top button