ରାଜନୀତି

ଆଜି ଦିଲ୍ଲୀରେ କକ୍ରୋଚ୍ ପାର୍ଟିର ଆନ୍ଦୋଳନ, ହାଇ-ଆଲର୍ଟରେ ପୋଲିସ

ଆଜି ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ ।  ପୋଲିସର ହାଇ-ଆଲର୍ଟ ଘୋଷଣା ।  ଦିଲ୍ଲୀ ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିରାଟ ପ୍ରତିବାଦ ।  ଦେଶର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା ଓ ପେପର ଲିକ୍ ଦୁର୍ନୀତି ବିରୋଧରେ ବଡ଼ ଧରଣର ଗଣ-ଆନ୍ଦୋଳନ ସଂଗଠିତ ।  ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଥିବା ବ୍ୟଙ୍ଗାତ୍ମକ ସଂଗଠନ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଆଜି ଜନ୍ତରମନ୍ତରଠାରେ ନିଜର ପ୍ରଥମ ପ୍ରତ୍ୟକ୍ଷ ଓ ବୃହତ୍ ଆନ୍ଦୋଳନ ଆରମ୍ଭ କରୁଛି । ପ୍ରାୟ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କ ଉଦାସୀନତା ବିରୋଧରେ ଯୁବପିଢ଼ି ନିଜର ଆକ୍ରୋଶ ପ୍ରକାଶ କରିବେ ।

ଇନଷ୍ଟାଗ୍ରାମରେ ୨ କୋଟିରୁ ଅଧିକ ସମର୍ଥକ ଥିବା ଏହି ସଂଗଠନ ଆଜି ପ୍ରମାଣ କରିବ ଯେ ସେମାନଙ୍କ ଅନ୍ ଲାଇନ୍ ଶକ୍ତି ବାସ୍ତବ ଦୁନିଆରେ କେତେ ପ୍ରଭାବଶାଳୀ । NEET-UG ପେପର ଲିକ୍ ମାମଲାରେ ୨୨ ଲକ୍ଷରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହୋଇଥିବା ଖେଳର ତୁରନ୍ତ ନ୍ୟାୟ ।  CBSE ଓ ସିଷ୍ଟମ୍ ତ୍ରୁଟି, CUET, SSCGD ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଦୁର୍ନୀତି ଯୋଗୁଁ ଅନେକ ଛାତ୍ର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ସରକାରୀ ବ୍ୟବସ୍ଥାରେ ସଂସ୍କାର ଭଳି ପ୍ରମୁଖ ଦାବି ରହିଛି ।  ପୂର୍ବରୁ ଜଣେ ବିଚାରପତିଙ୍କ ଦ୍ୱାରା ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି କୁହାଯାଇଥିବା ଅପମାନଜନକ ଶବ୍ଦ “କକ୍ରୋଚ୍” କୁ ଆଜି ସେମାନେ ନିଜର ଅସ୍ତ୍ର କରିଛନ୍ତି।

ଯେଭଳି କୌଣସି ପରିସ୍ଥିତିରେ ଅସରପାର ଅସ୍ତିତ୍ୱ ଶେଷ ହୁଏନାହିଁ, ସେହିଭଳି ଦେଶର ଯୁବ ଶକ୍ତି ମଧ୍ୟ ଶେଷ ହେବେନାହିଁ। ଆଜିର ଏହି ପ୍ରତିବାଦ ସମ୍ପୂର୍ଣ୍ଣ ଅଣ-ରାଜନୈତିକ ଏବଂ ଶାନ୍ତିପୂର୍ଣ୍ଣ ରହିବ ।  ଏଥିରେ କୌଣସି ଦଳୀୟ ବ୍ୟାନର ବ୍ୟବହାର ନକରି କେବଳ ଭାରତର ନାଗରିକ ଭାବେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି। ଜନ୍ତରମନ୍ତରରେ ବିରାଟ ଜନସମାଗମକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରାୟ ଏକ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button