ଦେଶ- ବିଦେଶ

ରାସ୍ତାରେ ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ରାସ୍ତାରେ ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରୁ ଯାଜପୁର ରାସ୍ତା ର ମାଳଦା ନିକଟରେ ହଠାତ ଆପେ ଆପେ ଜଳି ଗଲା କାର । କାରଟି ଯାଜପୁରରୁ ମାଳଦା ଆସୁଥିବା ବେଳେ ମାଳଦା ବଜାର ଠାରୁ ମାତ୍ର ୧୦୦ ମିଟର ପୂର୍ବରୁ ଲାଗିଯାଇଥିଲା ନିଆଁ । ମାଳଦା ବଜାରର ଅଞ୍ଚଳର ଜଣେ ବ୍ୟବସାୟୀ ପରିବାର ସହ ଯାଜପୁର ଯାଇଥିଲେ । ଫେରିବା ବେଳେ ମାଳଦା ନିକଟରେ ଗାଡିରୁ ଧୁଆଁ ବାହାରିବା ସହ ଗରମ ଅନୁଭବ କରିବା ଯୋଗୁଁ ପରିବାର ଲୋକେ ଗାଡ଼ିରୁ ବାହାରି ଆସିଥିଲେ । ପରେ ପରେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଗାଡ଼ିରେ ଥିବା ୩ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍‌ରେ ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଥିଲା  । ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଚଳନ୍ତା ଆମ୍ବୁଲାନ୍ସରେ ନିଆଁ । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍‌ରେ ରଖାଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସର ଆଗ ଭାଗରୁ ହଠାତ୍ ନିଆଁ ବାହାରିଥିଲା । ଟଣାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାହାରେ ଥିବାରୁ କୌଣସି କ୍ଷତି ହୋଇନଥିଲେ ।

Leave a Reply

Your email address will not be published. Required fields are marked *

Back to top button