ଦେଶ- ବିଦେଶ
Environment Day: ପରିବେଶ ଦିବସରେ ଅଗସ୍ତି-ବବିତା ମୁହାଁମୁହିଁ

ଅନୁଗୁଳ: ପରିବେଶ ଦିବସ ପାଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ନେତା। ଖଣି ଖାଦାନ ପାଇଁ ଗଛକଟା ଓ ନିଯୁକ୍ତି ପ୍ରସଙ୍ଗ ନେଇ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନଙ୍କ ଭିତରେ କଥା କଟାକଟି ହୋଇଛି। ଖଣି ପାଇଁ ଅନୁଗୁଳର ପରିବେଶ ଆଜି ଖରାପ ହୋଇଛି ବୋଲି ବବିତା କହିଥିଲାବେଳେ ଖଣି ପାଇଁ ଯୁବକମାନେ ନିଯୁକ୍ତି ପାଉଛନ୍ତି ବୋଲି କହିଥିଲେ ଅଗସ୍ତି। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଆଜି ଅନୁଗୁଳ ବନଖଣ୍ଡ ପକ୍ଷରୁ ସ୍ଥାନୀୟ ସଭାଘରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥିଲା। ଏଥିରେ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ ଯୋଗ ଦେଇଥିଲେ।




