ଦୁର୍ଘଟଣା
Accident: ଲହଣ୍ଡ। ରେଳ ଓଭରବ୍ରିଜ ରାସ୍ତାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯୋଡା: କେନ୍ଦୁଝରଜିଲ୍ଲା ଯୋଡାସ୍ଥିତ ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡା ରେଳଓଭର ବ୍ରିଜ ରାସ୍ତାରେ ଆଜି ସକାଳ ୮.୩୦ ମିନିଟ ସମୟରେ ଯୋଡରୁ ତୁରୁମୁଙ୍ଗ। ଯାଉଥିବା ବିଳାସିନୀ ନାମକ ବସକୁ ପଛ ପଟୁ ଏକ ଖଣିଜ ବୋଝେଇ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ବସଟି ଆଗକୁ ଯାଇ ନ ପାରି ରାସ୍ତାକଡ଼ରେ ଥିବା ନଦୀକୂଳ ଆଡ଼କୁ ଚାଲି ଯାଇଥିଲା। ତେବେ ସୁରକ୍ଷା ବ।ଡ ଥିବାରୁ ବସଟି ନଦୀ ଗର୍ଭକୁ ନ ଯାଇ ସେଠାରେ ଅଟକି ରହିଥିଲା । ଏପରି ଭୟାବହ ଦୁର୍ଘଟଣାରୁ ବସରେ ଥିବା ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ବସଯାତ୍ରୀ ବର୍ତ୍ତି ଯାଇଛନ୍ତି ।




