ଗ୍ରାହକଙ୍କୁ ବଡ଼ ଝଟକା, ମହଙ୍ଗା ହେଲା ବିଦ୍ୟୁତ୍ ବିଲ୍

ଜୁନ୍ ମାସର ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ ମହଙ୍ଗା ହୋଇଛି। ଏବେ ଦିଲ୍ଲୀରେ ପ୍ରତିମାସ ବିଦ୍ୟୁତ ଦର ବଢ଼ିବ। DERC ଙ୍କ ଆଦେଶ ପରେ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକ PPAC ର ଚାର୍ଜ ଉପଭୋକ୍ତାଙ୍କଠାରୁ ପ୍ରତିମାସ ଆଦାୟ କରିବେ । ଅର୍ଥାତ୍, ପ୍ରତିମାସରେ ବିଦ୍ୟୁତ ବିଲ୍ ମହଙ୍ଗା ହେବ । ପୂର୍ବରୁ PPAC ଦର ପ୍ରତି ତିନି ମାସରେ ଥରେ ବଢ଼ାଯାଉଥିଲା ଏବଂ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିଲା। ଦିଲ୍ଲୀରେ ତିନୋଟି ବିଦ୍ୟୁତ ବଣ୍ଟନ କମ୍ପାନୀ ଅଛି । ଏହି ତିନୋଟି କମ୍ପାନୀର ଅଞ୍ଚଳରେ PPAC ବୃଦ୍ଧିର ପ୍ରଭାବ ଭିନ୍ନ ଭିନ୍ନ ଅଞ୍ଚଳରେ ପଡ଼ିବ ।
ଟାଟା ପାୱାର କମ୍ପାନୀ ଏହି ଅଞ୍ଚଳର ଉପଭୋକ୍ତାଙ୍କୁ ଏବେ ୧% ଅଧିକ ଦେବାକୁ ପଡ଼ିବ । ଯେତେବେଳେ BSES ଅଞ୍ଚଳର ଗ୍ରାହକଙ୍କୁ ଏବେ ୨.୫% ରୁ ୩.୫% ଅଧିକ ବିଲ୍ ଦେବାକୁ ପଡ଼ିବ । ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ(DERC) ଆଜି BRPL, BYPL ଏବଂ TPDDL କୁ ଏପ୍ରିଲ ୨୦୨୬ ପାଇଁ PPAC ଅନୁମତି ଦେଇଛି । ଏହା ଦିଲ୍ଲୀରେ ପ୍ରଥମ ମାସିକ PPAC ଆଦେଶ ।
PPAC ହେଉଛି ବିଦ୍ୟୁତ କିଣିବା ଖର୍ଚ୍ଚର ପ୍ରଭାବକୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ବୈଧାନିକ ବ୍ୟବସ୍ଥା । ଦେଶର ୨୫ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପୂର୍ବରୁ ଲାଗୁ ହୋଇସାରିଛି । Electricity Act ଏବଂ Ministry of power ଏହା APTELଙ୍କ ୨୦୧୧ ମସିହା ଆଦେଶର ନିର୍ଦ୍ଦେଶାନୁସାରେ ଅନିବାର୍ଯ୍ୟ ।
DERC ସ୍ୱୟଂଚାଳିତ ୧୦% ସୀମା ଉପରୁ ଅତିରିକ୍ତ ପରିମାଣକୁ ଛାଡ଼ କରିଛି । ଯାହାଦ୍ୱାରା DISCOMs ମାନଙ୍କୁ ବିଦ୍ୟୁତ ଉତ୍ପାଦକ ସଂସ୍ଥାଗୁଡ଼ିକୁ ସମୟମତେ ଅର୍ଥ ପ୍ରଦାନ କରିବାରେ ଅସୁବିଧା ନ ହେଉ। PPAC ନଥିଲେ DISCOMs ମାନଙ୍କ ଉପରେ ତରଳତା ସଙ୍କଟ ସୃଷ୍ଟି ହୋଇପାରେ । ଯାହା ଶେଷରେ ସୁଧ ରୂପେ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାନ୍ତା । ଯାହା ଦିଲ୍ଲୀବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ।
ସବସିଡ଼ି ଉପଭୋକ୍ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ୫୦୦ ୟୁନିଟ୍ସରୁ ଅଧିକ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତା ବିଦ୍ୟୁତ୍ ବିଲ ଉପରେ ବର୍ଦ୍ଧିତ ହାରର ପ୍ରଭାବ ଦେଖିବାକୁ ମିଳିବ । ଏଥିସହ ପୂର୍ବ ଅପେକ୍ଷା ବିଦ୍ୟୁତ୍ ବିଲ୍ ଅଧିକ ହୋଇପାରେ । କିନ୍ତୁ ୨୦୦-୪୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକମାନେ ବର୍ତ୍ତମାନ ପାଇଁ ପ୍ରଭାବିତ ହେବେ ନାହିଁ ।




