ଦୁର୍ଘଟଣା

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ଉଦ୍ଧାର କାର୍ଯ୍ୟ ଜାରି

ଆସାମ ଜୋରହାଟରେ ଖସିପଡ଼ିଲା ବାୟୁସେନା ବିମାନ । ଜୋରହାଟ ଏୟାରବେସରେ ଖସିପଡିଲା AN-32 ବିମାନ । ଅବତରଣ ବେଳେ ବିମାନରେ ନିଆଁ ଲାଗିଯାଇଥିଲା । ଏୟାରବେସରେ ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭାରତୀୟ ବାୟୁସେନା ଅନୁସାରେ, ଏହି ଦୁର୍ଘଟଣା ଆସାମ ଜୋରହାଟରେ ଏୟାରଫିଲ୍ଡରେ ବିମାନ ଲ୍ୟାଣ୍ଡିଂ କରୁଥିବା ଚେଷ୍ଟା କରୁଥିବା ବେଳେ ଅଘଟଣ ଘଟିଥିଲା । ତେବେ କେହି ହତାହତ ହୋଇଛନ୍ତି କି ନାହିଁ ତାହା ଏଯାଏଁ ଜଣାପଡିନାହିଁ । ଘଟଣା ବିଷୟରେ ସବୁ ତଥ୍ୟ ମିଳିବା ପରେ ଅପଡେଟ ସୂଚନା ପ୍ରଦାନ କରାଯିବ” ବିମାନଟି ଲ୍ୟାଣ୍ଡିଂ ପରେ କାହିଁକି ଓ କିପରି ନିଆଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି ।

AN-32 କାର୍ଗୋ ବିମାନ, ଯାହାର ବ୍ୟବହାର ସୈନ୍ୟ ଜିନିଷ ଏବଂ ଜରୁରୀ ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର କରାଯାଏ । ଏହି ବିମାନ ଦୁର୍ଗମ ଅଞ୍ଚଳରେ ସଂଚାଳନ ପାଇଁ କରାଯାଏ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଏବଂ ଯାଞ୍ଚ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Back to top button