ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାରରେ ଥାନା ସମ୍ମୁଖରେ ଉତ୍ତେଜନା

ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାରରେ ଥାନା ସମ୍ମୁଖରେ ଉତ୍ତେଜନା । ସ୍ଥାନୀୟ ଲୋକଙ୍କୁ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ଦୁର୍ବ୍ଯବହାରକୁ ନେଇ ଉତ୍ତେଜନା । ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସିକରପାଇ ଠାରେ ଏଭଳି ଘଟଣା ଘଟିଛି । ଫଳରେ ଉତ୍ଯକ୍ତ ଲୋକେ ଗତ କାଲି ମଧ୍ଯରାତ୍ରିରେ କଲ୍ଯାଣସିଂହପୁର ଥାନା ଘେରାଉ କରିଛନ୍ତି ।
ଗାଁ ଲୋଙ୍କଙ୍କ କହିବା ଅନୁଯାୟୀ ସିକରପାଇ ଠାରେ ରେଳ ବିଭାଗ ତରଫରୁ ହେଉଥିବା କାମ ଯୋଗୁଁ ଗାଁ ଦେଇ ଗାଡିଗୁଡିକ ଯାଉଥିବାରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଧୂଳି ଉଡ଼ିବା ସହ ରାସ୍ତା ଜାମ୍ ହୋଇଥିବାରୁ ଲୋକେ ରାସ୍ତା ଉପରେ ପାଣି ପକାଇବା ପାଇଁ କହିଥିଲେ । ଏହାକୁ ନେଇ କିଛି ଗାଡିକୁ ଲୋକମାନେ ଅଟକାଇ ଥିଲେ ଏହା ପରେ ପୋଲିସ୍ ଅଧିକାରୀ କଳ୍ପନା ବେହେରା ପହଞ୍ଚି ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଶିକରପାଇ ଲୋକେ ଥାନା ସାମ୍ନା ରେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି ।
ଗତକାଲି ମଧ୍ଯରାତ୍ରୀରୁ ଥାନା ସମ୍ମୁଖରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମବାସୀ ରାସ୍ତା ଉପରେ ପାଣି ପକାଇବାକୁ ନିବେଦନ କରିଥିବା ବେଳେ ଆଇଆଇସି କଳ୍ପନା ବେହେରା ଲୋକମାନଙ୍କୁ ଗାଳିଗୁଲଜ କରିଥିଲେ । ପରେ ରାୟଗଡା ଏସଡିପିଓ ଗୈରହରୀ ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ଘଣ୍ଟା ଆନ୍ଦୋଳନ କରିବା ପରେ ଆଇଆଇସି କଳ୍ପନା ବେହେରା ଆନ୍ଦୋଳନକାରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ରାସ୍ତା ଉପରେ ବାଲି ଗୋଡି ପକାଇଲେ ଆଗମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶିକରପାଇ ଗ୍ରାମବାସୀ କହିଛନ୍ତି ।




