ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲା ପାଟଣାଗଡ଼ ପୋଲିସ । ପ୍ରସବ ବେଦନା ଯୋଗୁ ଗତକାଲି ଚିଙ୍ଗେରବନ୍ଧ ଗାଁର ଶରତ ମେହେର ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଦେଖିଥିଲେ । ରାତିସାରା କଷ୍ଟ ପାଇବା ପରେ ଆଜି ସକାଳେ ମୃତ ସନ୍ତାନ ଜନ୍ମ ହୋଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ ।




