ରାଜନୀତି

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ କଲେ ଦାବି

ମୋଦିଙ୍କୁ ଚାମେଲିଙ୍କ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତିଖିର ସରପଞ୍ଚ ଚାମେଲି ଓଝା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି । ଏହା ସହ ଘରକୁ ଯାଇ ପୁଣି କାର୍ଯ୍ୟରେ ଯୋଗ ଦେବେ । ବିରୋଧ କରୁଥିବା ଲୋକଙ୍କ ସହ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଚାମେଲି । ଅନ୍ୟପଟେ ମହାକାଳପଡା ବିଡିଓଙ୍କ ଅଫିସରେ ୧୧ ତାରିଖରେ କଣ ହୋଇଥିଲା ? କିଏ କାହାକୁ ଗାଳି କରିଥିଲା ? ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ଚାମେଲି ମୋବାଇଲ ଫେରି ପାଇବା ପରେ ପ୍ରତିଦିନ ଆସୁଛି ନୂଆ ନୂଆ ଭିଡିଓ । ଆଜିର ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ଓ ଚାମେଲିଙ୍କ ମଧ୍ଯରେ ପାଟିତୁଣ୍ଡ ଯୁକ୍ତିତର୍କ ହେଉଛି । ବିଡିଓଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ ଘଟିଥିଲା ଏହି ବିବାଦୀୟ ଘଟଣା ।

ସେହିପରି ଗତକାଲି ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ SDJM କୋର୍ଟ । ପୋଲିସକୁ ଆକ୍ରମଣ ମାମଲାରେ ମିଳିଛି ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍ । ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।

 

Leave a Reply

Your email address will not be published. Required fields are marked *

Back to top button