ସ୍ୱାସ୍ଥ୍ୟ

ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାକୁ ଚୁଟକିରେ ଗାଏବ କରେ ଅଦା ପାଣି, ପ୍ରତିଦିନ ପିଇବାର କରନ୍ତୁ ଅଭ୍ୟାସ

ସୁସ୍ଥ ଶରୀର କିଏ ବା ନ ଚାହେଁ । ହେଲେ ବର୍ତ୍ତମାନର ଅନେକ ପ୍ରକାରର ସମସ୍ୟା ଯୋଗୁଁ ଲୋକେ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଛନ୍ତି । ଏଥି ସହ ଅନେକ ଲୋକ ସୁସ୍ଥ ରହିବା ପାଇଁ ବହୁତ ପ୍ରକାର କାର୍ଯ୍ୟ କରିଥାଆନ୍ତି । କେତେକ ଜିମ୍ ମଧ୍ୟ ଯାଇଥାନ୍ତି । କିନ୍ତୁ ଏପରି କିଛି ଜିନିଷ ଯାହା ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ସେହି ଜିନିଷ ସମ୍ପର୍କରେ ଜାଣିବା ।

ଏହି ଜିନିଷର ନାମ ହେଲା ଅଦା । ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଅଦାକୁ ଆୟୁର୍ବେଦର ଔଷଧ ଭାବେ ବିବେଚନା କରାଯାଏ । ଅଦାର ବାସ୍ନା ସମସ୍ତଙ୍କୁ ଖୁବ୍ ପସନ୍ଦ । ସାଧା ହେଉବା ଆମିଷ ସବୁଥିରେ ଅଦାର ବ୍ୟବହାର ସ୍ବାଦକୁ ଆହୁରି ବଢାଇଦେଇଥାଏ । ଅଦାକୁ ଚାରେ ମଧ୍ୟ ବ୍ୟବହାର କରାଯାଏ । ଯଦି ଆପଣ ସକାଳୁ ଉଠି ଅଦା ପକା ଚା’ରୁ ଆପଣଙ୍କ ଦିନର ଆରମ୍ଭ କରନ୍ତି, ତେବେ ଏହା ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଏହି ସବୁ ସମସ୍ୟା ପାଇଁ ମଧ୍ୟ ଆପଣ ଅଦା ରସ ବା ଅଦା ପାଣି ପିଇପାରିବେ । ଏହାକୁ ପିଇବା ପରେ ଥଣ୍ଡା ଏବଂ କାଶ କମ୍ ହେବାକୁ ଲାଗେ । ଏହା ବ୍ୟତୀତ ପ୍ରତିଦିନ ସକାଳେ ଅଦା ପାଣି ପିଇବା ଦ୍ବାରା ମଧ୍ୟ ଅନେକ ଲାଭ ମିଳିଥାଏ । ଯଦି ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଅଦା ପାଣି ପିଅନ୍ତି, ତେବେ ଶରୀରରୁ ଅନେକ ରୋଗ ଦୂର ହେବାକୁ ଲାଗିବ । ତେବେ ଆସନ୍ତୁ ଅଦା ପାଣି ପିଇବା ଦ୍ବାରା ଶରୀରକୁ କ’ଣ ସବୁ ଲାଭ ମିଳେ ସେ ସମ୍ପର୍କରେ ଜାଣିବା  ।

ପ୍ରକୃତରେ ଅଦାର ଅନେକ ଲାଭ ଅଛି । ଅଦାରେ ଭିଟାମିନ୍ ସି, ଆଇରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଜିଙ୍କ୍ ଏବଂ ଅନେକ ମିନେରାଲ୍ ଭଳି ଗୁଣ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳେ ଖାଲି ପେଟରେ ଅଦା ପାଣି ପିଅନ୍ତି, ତେବେ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବ । ଏଥି ସହ ଆପଣମାନେ ଜାଣି ରଖନ୍ତୁ ଯେ ଏହାକୁ ପିଇବା ଫଳରେ ଶରୀରର ଗଣ୍ଠି ଫୁଲା କମିଯିବ ଏବଂ ଓଜନକୁ ମଧ୍ୟ ହ୍ରାସ କରିବ ।

ଥଣ୍ଡା ଓ କାଶ : ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ଅଦା ପାଣି ଆରାମ ଦେଇଥାଏ । ଅଦାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଜମି ରହିଥିବା କଫକୁ ବାହାର କରି ଏହି ସମସ୍ୟାରୁ ରକ୍ଷା କରିଥାଏ ।

ଫୁଲା ଯନ୍ତ୍ରଣା : ଅଦା ପାଣି ପିଇବା ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠୀରେ ଯେଉଁ ଫୁଲା ହେଉଛି ତାହା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି ତେବେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହ ଅଦା ପାଣି ପିଇବା ଅଭ୍ୟାସ୍ କରନ୍ତୁ ।

ବ୍ଲଡ୍ ସୁଗାର କଣ୍ଟ୍ରୋଲ୍ : ଅଦାରେ ଏପରି ଗୁଣ ଅଛି ଯାହା ଏହାକୁ ବ୍ଲଡ୍ ଶୁଗାର ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ କରିଥାଏ । ଅଦା ପାଣି ପିଇବା ଦ୍ବାରା ବ୍ଲଡ୍ ଶୁଗାରକୁ କଣ୍ଟ୍ରୋଲରେ ରହିଥାଏ । ବ୍ଲଡ୍ ଘୁକାର ରୋଗୀମାନେ ସକାଳେ ଅଦା ପାଣି ନିଶ୍ଚିତ ଭାବରେ ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟର ଦୂର ହେବାକୁ ଲାଗିବ ।

ଓଜନ କମ୍ କରେ : ଯେଉଁମାନେ ଓଜନ ବଢ଼ଇବାକୁ ନେଇ ଚିନ୍ତାରେ ରହୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଅଦା ପାଣି ପିଇପାରିବେ । ଏଥିସହ ଏହି ପାଣି ପିଇବା ଫଳରେ ବହୁତ ଶୀଘ୍ର ଓଜନ କମ୍ ହେବାକୁ ଲାଗିବ । ତେବେ ଆପଣ ସକାଳୁ ଉଠି ଖାଲି ପେଟରେ ଅଦା ପାଣି ପିଇବା ଅଭ୍ୟାସ୍ କରିବା ଦ୍ବାରା ଆପଣଙ୍କ ବେଲି ଫ୍ୟାଟ୍ କମ୍ ହେବା ସହ ମେଟାବୋଲିଜିମ୍ ତ୍ବରାନ୍ବିତ ହେବ । ଏହା ସହ ଚର୍ବି ମଧ୍ୟ ହ୍ରାସ ପାଇବା ଆରମ୍ଭ ହେବ ।

ହାର୍ଟ ପାଇଁ ଲାଭଦାୟକ : ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ବାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏଥି ସହ ଆପଣଙ୍କ ହାର୍ଟ ସୁସ୍ଥ ରହିବା ମାତ୍ରେ ଆପଣ ମଧ୍ୟ ଶକ୍ତିଶାଳୀ ରହିପାରିବେ । ଏହା ସାହାଯ୍ୟରେ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ଶିରାରେ ଫୁଲା ମଧ୍ୟ କମିଯିବ । ଯାହା ଦ୍ବାରା ହାର୍ଟକୁ ରକ୍ତ ପ୍ରବାହ ଭଲ ହେବ ।

Leave a Reply

Your email address will not be published. Required fields are marked *

Back to top button