ଦେଶ- ବିଦେଶ

ଭୂତଙ୍କ ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ଲିଙ୍କନଙ୍କ ଆତ୍ମାକୁ କଏଦ କରିଥିବା ଦାବି!

ବର୍ତ୍ତମାନ ସମୟରେ ଫଟୋ ଏବଂ ଭିଡ଼ିଓ ଏଡିଟିଂ କରିବା ଖୁବ୍ ସାଧାରଣ କଥା ପାଲଟି ଗଲାଣି । କିନ୍ତୁ ଆପଣ କଣ ଜାଣନ୍ତି କି ଯେତେବେଳେ ଫଟୋଗ୍ରାଫିର ଟେକନିକ୍ ନୂଆ କରି ଆସିଥିଲାବେଳେ ଜଣେ ବ୍ୟକ୍ତି ଲୋକଙ୍କୁ ଠକୁଥିଲେ ? ସେ ମୃତ ଲୋକଙ୍କ ଆତ୍ମାକୁ କ୍ୟାମେରାରେ କଏଦ କରାଯାଇଥିବା ଦାବି କରିଥିଲେ । କେବଳ ସେତିକି ନୁହେଁ ସେ ଏକ ଫଟୋଗ୍ରାଫିରେ ଆମେରିକାର ସ୍ବର୍ଗତ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ଆତ୍ମାକୁ ମଧ୍ୟ କଏଦ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି କଥାକୁ ଅନେକ ଲୋକ ବିଶ୍ବାସ କରିଯାଇଥିଲେ । ଏହି କାହାଣୀ ୧୯ ଶତାବ୍ଦୀର ଆମେରିକାର ୱିଲିୟମ୍ ମୁମଲରଙ୍କ କାହାଣୀ । ଯିଏ କି ବିଶ୍ବର ସବୁଠାରୁ ଚର୍ଚ୍ଚିତ ଆତ୍ମା ଫଟୋଗ୍ରାଫର ଭାବେ ବେଶ୍ ଜଣାଶୁଣା । କିଛି ଦିନ ପରେ ତାଙ୍କର ଠକାମି ସାମ୍ନାକୁ ଆସିଥିଲା ।

ହିଷ୍ଟ୍ରିଏକ୍ସଟ୍ରା ମୁତାବକ, ୧୮୬୫ରେ ଆମେରିକା ଗୃହଯୁଦ୍ଧ ଶେଷ ହୋଇଥିଲା । ଏହି ଯୁଦ୍ଧ ଏତେ ଭୟଙ୍କର ଥିଲା ଯେ ଏତିରେ ପାଖାପାଖି ୭.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ହଜାର ପରିବାର ସେମାନଙ୍କର ପୁଅ, ସ୍ବାମୀ ଏବଂ ବାପାଙ୍କୁ ହରାଇଥିଲେ । ସାରା ଦେଶରେ ଲୋକମାନେ ନିଜର ପ୍ରିୟଜନଙ୍କ ମୃତ୍ୟୁ ସହିତ ଜଡିତ ଥିଲେ । ମୃତ୍ୟୁ ପରେ ତାଙ୍କ ପ୍ରିୟଜନମାନଙ୍କ ସହିତ ଯୋଗାଯୋଗ କରାଯାଇପାରିବ କି ନାହିଁ ତାହା ଜାଣିବାକୁ ସମସ୍ତେ ଜାଣିବାକୁ ଚାହୁଁଥିଲେ । ଏହାର ସମର୍ଥକମାନେ ଦାବି କଲେ ଯେ ଜୀବିତମାନେ ମୃତଙ୍କ ଆତ୍ମା ​​ସହିତ ଯୋଗାଯୋଗ କରିପାରିବେ । ଏହିଠାରୁ ୱିଲିୟମ୍ ମୁମଲରଙ୍କ ଖେଳ ଆରମ୍ଭ ହୋଇଥିଲା । ବୋଷ୍ଟନରେ ୱିଲିୟମ୍ ମୁମଲର ରହୁଥିଲେ । ଯେତେବେଳେ ସେ ଫଟୋଗ୍ରାଫି ବିକଶିତ କରିଥିଲେ ସେତେବେଳେ ଗୋଟିଏ ପ୍ଲେଟରେ ଦୁଇଟି ଫଟୋ ଦେଖାଯାଉଥିଲା । ଏପରି ଫଟୋଗ୍ରାଫି ଦ୍ବାରା ଲୋକଙ୍କୁ ବିଶ୍ବାସ ଦିଆଯାଇପାରିବ ବୋଲି ମୁମଲକର ବୁଝିଯାଇଥିଲେ । ସେହିଠାରୁ ସେ ତାଙ୍କର ଠକାମୀ ଆରମ୍ଭ କରିଥିଲେ ।

ମୁମଲର ନିଜ ଷ୍ଟୁଡିଓରେ ଲୋକମାନଙ୍କର ଫଟୋ ନେଉଥିଲା । ଏହା ପରେ ସେ ଟେକ୍ନିକାଲର ବ୍ୟବହାର କରି ଲୋକଙ୍କୁ ଠକୁଥିଲେ । ସେ ଗୋଟିଏ ଫଟୋ ଉପରେ ଅନ୍ୟ ଗୋଟିଏ ଫଟୋର ନେଗେଟିଭ୍ ଫଟୋ ଚଢ଼ାଇ ଦେଉଥିଲା । ଲାଇଟ୍, ଫୋକସ୍ ଓ କ୍ୟାମେରାର ସେଟିଂସ୍ର ସାହାଯ୍ୟରେ ସେ ଫଟୋରେ ଧୁସର ଆକୃତି ସୃଷ୍ଟି କରି ଲୋକଙ୍କୁ ସହଜରେ ଠକି ଦେଉଥିଲା । ଯାହା ପରେ ସେ ମୃତ ବ୍ୟକ୍ତିଙ୍କ ଆତ୍ମା ବୋଲି ଦାବି କରିଥିଲେ । ଆତ୍ମାକୁ ଯୋଡ଼ି ସେହି ଫଟୋଗୁଡ଼ିକୁ ବିକ୍ରି କଲେ । ଯାହା ପରେ ତାଙ୍କର ଲୋକପ୍ରିୟତା ବଢିଯାଇଥିଲା । ସେ ରାଷ୍ଟ୍ରପତି ଲିଙ୍କନଙ୍କ ପତ୍ନୀ ମେରୀ ଟଡ୍ ଲିଙ୍କନଙ୍କ ଫଟୋଗ୍ରାଫ ଉଠାଇଥିଲେ। ଫଟୋରେ ମ୍ୟାରୀ ପଛରେ ଆବ୍ରାହାମ ଲିଙ୍କନର ଏକ ଅସ୍ପଷ୍ଟ ପ୍ରତିମୂର୍ତ୍ତି ଦେଖାଯାଇଥିଲା । ଯେପରି ତାଙ୍କ କାନ୍ଧ ଉପରେ ଆତ୍ମା ହାତ ରଖି ଠିଆ ହୋଇଛି । ଏହି ଫଟୋଟି ଚାଞ୍ଚଲ୍ୟକର ଘଟଣା ପାଲଟିଗଲା ।

୧୮୬୯ ମସିହାରେ ତାଙ୍କୁ ଠକେଇ ଅଭିଯୋଗରେ ନ୍ୟୁୟର୍କରେ ଗିରଫ କରାଯାଇଥିଲା । ଅନ୍ୟମାନଙ୍କ ଭାବନାର ଲାଭ ଉଠାଇବାର ଅଭିଯୋଗ ଆସିଥିଲା । ଫଟୋଗ୍ରାଫି ଫଟୋ ଗୁଡ଼ିକ ପ୍ରକୃତ ନୁହେଁ ବୋଲି ବିଶେଷଜ୍ଞମାନେ କୋର୍ଟରେ ବାଖ୍ୟା କରିଥିଲେ । ଏହି ଫଟୋଗ୍ରାଫିଗୁଡ଼ିକୁ ସହଜରେ ଟେକନିକ୍ ଉପାୟରେ ସୃଷ୍ଟି କରାଯାଇପାରିବ । ସମସ୍ତ ପ୍ରମାଣ ଥାଇ ମଧ୍ୟ ମୁମଲରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନଥିଲା । ତାଙ୍କୁ ଦୋଷମୁକ୍ତ କରାଯାଇଥିଲା । ଅନ୍ୟପଟେ ତାଙ୍କର ଏହି ଚାଲାକି ଫଟୋଗ୍ରାଫି ଇତିହାସର ସବୁଠାରୁ ଚର୍ଚ୍ଚିତ ଠକ ଫଟୋଗ୍ରାଫିଙ୍କ ମଧ୍ୟରୁ ଜଣେ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Back to top button