ଦେଶ- ବିଦେଶ

୨ ଘଣ୍ଟାରେ ୪ ଥର ଭୂକମ୍ପ ଝଟକା, ତୀବ୍ରତା ୪.୬

ଆଜି ମହାରାଷ୍ଟ୍ରର ମରାଠୱାଡା ଏବଂ ନାଦେଡ଼ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୬ ଏବଂ ୪.୬ ଥିବା ସୂଚନା ମିଳିଛି । ରାତି ପ୍ରାୟ ୧ଟା ୩୭ ମିନିଟ ଏବଂ ୩ ଟା ୨୩ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ପରେ ଲୋକେ ଭୟରେ ଘର ବାହାରକୁ ଦୌଡିବାକୁ ଆରମ୍ଭ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନାନୁଯାୟୀ, ଦୁଇ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୪ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।  ପ୍ରଥମ ଭୂକମ୍ପ ଝଟକା ୧ ଟା ୩୭ ମିନିଟରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୬ ଥିଲା । ଦ୍ବିତୀୟ ଭୂକମ୍ପ ୩.୬ ତୀବ୍ରତାର ୨ ଟା ୧୫ ମିନିଟରେ ଅନୁଭୂତ ହୋଇଥିଲା । ତୃତୀୟ ଥର ପାଇଁ ୨ ଟା ୧୭ ମିନିଟରେ ୩.୯ ତୀବ୍ରତା ଏବଂ ୩ ଟା ୨୩ ମିନିଟରେ ୪.୧ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପ ମରାଠୱାଡା, ନାଦେଡ଼, ହିଙ୍ଗୋଲି ଏବଂ ପରଭାନୀରେ ହୋଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଭୟରେ ଘର ବାହାରକୁ ଦୌଡି ଆସିଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପତି ସମ୍ଭାଜୀନଗରର MGM ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀନିବାସ ଏସ୍. ଔନ୍ଧକର ଲୋକମାନଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ କହିଛନ୍ତି । ଏଥିସହିତ ପ୍ରଶାସନ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button