ଖେଳ ଖବର

ଇଂଲଣ୍ଡ ବିପକ୍ଷ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟିମରୁ ବାଦ୍ ପଡିଲେ ଏହି ଦୁଇ ବୋଲର

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା । ସିରିଜ ହାତଛଡା ହେବା ପରେ ଟିମର ଦୁଇ ବୋଲର ଆଗାମୀ ଦୁଇଟି ଟି୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ଟିମର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣା ଆହତଜନିତ କାରଣ ଯୋଗୁଁ ଅନ୍ୟ ଟି୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ବିସିସିଆଇ ଅଫିସିଆଲ ଭାବେ ସୂଚନା ଦେଇଛି ।

ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଟ୍ରେଣ୍ଟ ବ୍ରିଜରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ ସମୟରେ ଆହତ ହୋଇଥିଲେ । ମେଡିକାଲ ଟିମ୍ ଯାଞ୍ଚ କରିବା ପରେ ବାକିଥିବା ଦୁଇଟି ଟି୨୦ ମ୍ୟାଚରୁ ବିଶ୍ରାମ ପାଇଁ କହିଛନ୍ତି । ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ୩ୟ ମ୍ୟାଚରେ ହେମଷ୍ଟ୍ରିଂ ଆହତ ହୋଇଥିଲେ । ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ବାକି ମ୍ୟାଚରୁ ବିଶ୍ରାମ ନେବା ପାଇଁ କହିଛି ।

ତେବେ ଟିମରୁ ଦୁଇ ପ୍ରମୁଖ ବୋଲର ବାଦ୍ ପଡିବା ପରେ ବାକି ଟି୨୦ ମ୍ୟାଚ ପାଇଁ ୱାଂଶିଟନ ସୁନ୍ଦର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ପାଦ ଆଙ୍ଗୁଠି ଫ୍ୟାକ୍ଚର ସମସ୍ୟାରୁ ଟିମକୁ ଫେରିଥିଲେ । ତେଣୁ ଆୟରଲାଣ୍ଡ ଟି୨୦ ସିରିଜରେ ଖେଳିପାରିନଥିଲେ ।

ଟିମ୍ ଇଣ୍ଡିଆ : ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ଶ୍ରେୟସ ଆୟର ( ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ୱାଂଶିଟନ ସୁନ୍ଦର, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।

Leave a Reply

Your email address will not be published. Required fields are marked *

Back to top button