ରାଜନୀତି

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ – Sahana Mela

[ad_1]


ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହାପରେ ଉପ ମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ସେବାୟତ।

ଏହାପରେ ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ସମୟ ବିତାଇଥିଲେ ଉପ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କୃପାରୁ ଦୁର୍ଗାପୂଜା ଅବସରରେ ଶ୍ରୀମନ୍ଦିର ଯାଇ ବହୁତ ଖୁସି ଥିବା କହିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ। ଦେଶରେ ଓ ଓଡିଶା ଉପରେ ମହାପ୍ରଭୁଙ୍କ ଆର୍ଶୀବାଦ ସବୁବେଳେ ରହୁ ବୋଲି ସେ କାମନା କରିବା ସହ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଭାରତରେ ଆସୁ ବୋଲି ସେ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରିଥିବା କହିଛନ୍ତି।

ସେପଟେ, ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୦୨୪ ଜାନୁଆରୀରେ ୫୦୦ ବର୍ଷ ପରେ ଭଗବାନ ରାମଲାଲା ସେଠାରେ ପୂଜା ପାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ।



[ad_2]

Leave a Reply

Your email address will not be published. Required fields are marked *

Back to top button