ରାଜନୀତି

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ – Sahana Mela

[ad_1]


ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ କଂଗ୍ରେସର କୈଣସି ଲିଙ୍କ୍ ନାହଁ। ତାହା ପରିବାରର ଟଙ୍କା। ଏପରି କହି ସେ କଂଗ୍ରେସକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି। କିନ୍ତୁ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଧୀରଜ ହେଉଛନ୍ତି ଗାନ୍ଧୀ ପରିବାରର ଏଟିଏମ୍।

ଆୟକର ବିଭାଗ ୩୫୦ କୋଟି ଟଙ୍କା ଜବତ କରିବା ପରେ ଏବେ ବି ଏହି ଲିଙ୍କରେ ଖୋଳତାଡ ଚାଲିଛି। ଧୀରଜଙ୍କ କମ୍ପାନୀଠୁ ସ୍ପିରିଟ୍ କିଣୁଥିବା ଲିଙ୍କରେ ଢେଙ୍କାନାଳରେ ଥିବା ଏକ ବିୟର କମ୍ପାନୀରେ ଚଢ଼ାଉ ଚାଲିଛି। ଆୟକର ବିଭାଗର ଏହି ଖୋଳତାଡ ଆଗାମୀ ଦିନରେ ଅନେକ ରହସ୍ୟ ଖୋଲିବ ବୋଲି କୁହାଯାଉଛି। ଏହାରି ଭିତରେ କିନ୍ତୁ କଂଗ୍ରେସ କାଠଗଡାରେ ଛିଡା ହୋଇଛି। ଝାଡଖଣ୍ଡ ହାଇକୋର୍ଟରେ ଏକେ ପିଆଇଏଲ ମଧ୍ୟ ଦାୟର ହୋଇଛି। ଯେଉଁଥିରେ ଧୀରଜଙ୍କ ରାଜ୍ୟସଭା ପଦ ରଦ୍ଦ କରିବା ସହିତ ଏହି ମାମଲାରେ ଇଡି କିମ୍ବା ସିବିଆଇ ତଦନ୍ତ ଦାବି ହୋଇଛି। ମାମଲାର ଶୁଣାଣିକୁ ଅପେକ୍ଷା ରହିଥିବା ବେଳେ ଧୀରଜ କହିଥିଲେ, ବିଭିନ୍ନ କାରଣ ପାଇଁ ଟଙ୍କାକୁ ଗଚ୍ଛିତ କରି ରଖାଯାଇଥିଲା। ଏଥିରେ ତାଙ୍କ ଦଳ କଂଗ୍ରେସର କୌଣସି ଭୂମିକା ନାହିଁ।

ତେବେ ଧର୍ମେନ୍ଦ୍ର କହିଛନ୍ତି, ଗାନ୍ଧୀ ପରିବାରର ନେତାଙ୍କ ସହ ଫଟୋ ଉଠାଇ ନିଜର ପତିଆରା ଜାହିର କରୁଥିଲେ ଧୀରଜ। ଜବତ ଟଙ୍କା ଗାନ୍ଧୀ ପରିବାର ପାଇଁ ଏଟିଏମ୍ ଭଳି ବ୍ୟବହାର ହେବାର ଥିଲା। ଠାକର ଘରେ କିଏ ନା ମୁଁ କଦଳୀ ଖାଇନି ବୋଲି ସଂଜ୍ଞା ଭଳି ଏବେ ହଠାତ୍ ଆସି କଂଗ୍ରେସକୁ କ୍ଲନଚିଟ୍ ଦେବାର ଅର୍ଥ ଲୋକେ ଠିକ୍ ଭାବେ ବୁଝିପାରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି, ଦୀର୍ଘ ବର୍ଷ ଧରି ସାହୁ ପରିବାର ମଦ ବ୍ୟବସାୟରେ ଲିପ୍ତ ଅଛନ୍ତି। ଆଉ ନିଜର ଏକଛାଟିଆ ଜାହିର କରିବାକୁ ଯାଇ ଆଖପାଖର ରାଜ୍ୟ ସରକାରଙ୍କ ଅବକାରୀ ନୀତିର ଫାଇଦା ନେଇଛନ୍ତି।

ଯଦିଓ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ସେଭଳି କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି କିନ୍ତୁ ଆଗକୁ ନିର୍ବାଚନ ରହିଛି। ଏପରି ସ୍ଥିତିରେ ଆୟକର ଟିମର ତଦନ୍ତ ଏବଂ ଦୁର୍ନୀତି ବିରୋଧରେ ନାରା ଦେଇ ନିର୍ବାଚନକୁ ଓହ୍ଲାଇଥିବା ବିଜେପି ଏହାକୁ ଏହି ପ୍ରସଙ୍ଗକୁ ଆହୁରି ଜୋରଦାର କରିବାର ସମ୍ଭାବନା ରହିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button