ଦେଶ- ବିଦେଶ

ଲୋକପ୍ରିୟ ଗୀତିକାର ଜାନକୀ ଅମ୍ମାଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଆଜି ଲୋକପ୍ରିୟ ଗୀତିକାର ଜାନକୀ ଅମ୍ମାଙ୍କ ପରଲୋକ ଘଟିଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଯାହା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି X ରେ ପୋଷ୍ଟ କରି କହିଛନ୍ତି ।

ସୂଚନାନୁଯାୟୀ, ଜାନକୀ ଆମ୍ମାଙ୍କୁ ମନେପକାଇ  ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ବିଭିନ୍ନ ଭାଷାରେ ଗାଇଥିବା ତାଙ୍କର ଗୀତ ପିଢ଼ି ପରେ ପିଢ଼ି ଲୋକପ୍ରିୟ ଥିଲା । ସେ ପ୍ରତ୍ୟେକ ଭାବନାକୁ ଅତୁଳନୀୟ ସୌନ୍ଦର୍ଯ୍ୟ ଏବଂ ବିବିଧତା ସହିତ ସ୍ୱର ଦେଇଥିଲେ । ତାଙ୍କ କଣ୍ଠସ୍ବର ଆଗକୁ ଲୋକଙ୍କ ମନକୁ ମନ୍ତ୍ର ମୁଗ୍ଧ କରିବ । ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର ସଙ୍ଗୀତ ଇଣ୍ଡଷ୍ଟ୍ରି ପାଇଁ ଗଭୀର ସମବେଦନା ଜଣାଇଛନ୍ତି ।

ଯଦି ଜାନକୀ ଆମ୍ମାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ ୧୯୫୭ ମସିହାରେ ତାମିଲ ଫିଲ୍ମ ବିଧିନ୍ ଭିଲାୟଟ୍ଟୁରେ ଜଣେ ପ୍ଲେବ୍ୟାକ୍ ଗାୟିକା ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଏସ. ଜାନକୀ ୨୦ ବର୍ଷ ବୟସରେ ତାଙ୍କର ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୪୮,୦୦୦ ରୁ ଅଧିକ ଗୀତ ରେକର୍ଡ କରିଥିଲେ । ସେ ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଏବଂ ହିନ୍ଦୀ ସମେତ ପ୍ରାୟ ୨୦ ଟି ଭାଷାରେ ଗୀତ ଗାଇଥିଲେ ।

Leave a Reply

Your email address will not be published. Required fields are marked *

Back to top button