ଦେଶ- ବିଦେଶ

ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା: କ୍ଷୟକ୍ଷତିର ନାହିଁ ସୂଚନା – Sahana Mela

[ad_1]


ନୂଆଦିଲ୍ଲୀ: ନେପାଳରେ ଭୂକମ୍ପ ଝଟକା  । ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି  । ଭୂକମ୍ପ ଝଟକା ପାଇ ସମସ୍ତେ ଘରୁ ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କିଛି ସୂଚନା ମିଳିନି ।  ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖରେ ମଧ୍ୟ ନେପାଳର ଅନେକ ସ୍ଥାନରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଅକ୍ଟୋବର୩ ତାରିଖରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲାଗିଥିଲା । ନେପାଳରେ ଅଧ ଘଣ୍ଟା ମଧ୍ୟରେ ଦୁଇଟି ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୬.୨ ରହିଥିଲା । ଏକ ସପ୍ତାହ ତଳେ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନଥିଲା  ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button