ସ୍ୱାସ୍ଥ୍ୟ

କେଶ ଏବଂ ସୁସ୍ଥ ଶରୀର ପାଇଁ ଲାଭକାରୀ କଞ୍ଚା ପିଆଜ, ଖାଦ୍ୟରେ କରନ୍ତୁ ସାମିଲ

ଆମେ ନିତିଦିନିଆ ଜୀବନରେ ଅନେକ କିଛି ଜିନିଷ ଆମେ ବ୍ୟବହାର କରିଥାଉ । ଯାହା ଆମ ସୁସ୍ଥ ଶରୀର ପାଇଁ ବେଶ୍ ଉପଯୋଗୀ । ଏମିତିରେ ବି ଅନେକ ଲୋକ ଅନେକ କିଛି ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି । କିନ୍ତୁ ସେସବୁ ସମ୍ପର୍କରେ ଫାଇଦା ଜାଣି ନଥାନ୍ତି । ସେଥି ମଧ୍ୟରୁ କଞ୍ଚା ପିଆଜ ହେଉଛି ଅନ୍ୟତମ । ଆସନ୍ତୁ କଞ୍ଚା ପିଆଜର ଉପକାରିତା ସମ୍ପର୍କରେ ଜାଣିବା ।

ରୋଷେଇରେ ସାଧାରଣତଃ ପିଆଜ ବ୍ୟବହାର କରିଥାଉ । କିନ୍ତୁ କଞ୍ଚା ପିଆଜ ଖାଇବାକୁ ଖୁବ୍ କମ୍ ଲୋକ ପସନ୍ଦ କରନ୍ତି । ସ୍ବାଦ ପାଇଁ ସାଲାଡରେ କଞ୍ଚା ପିଆଜ ଖାଇଥାନ୍ତି । ଯାହା ଶରୀରରେ ଏକ ପ୍ରକାର ଔଷଧ ଭଳି କାମ କରିଥାଏ । ଏହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍, ଷ୍ଟୋନ -ପ୍ରତିରୋଧକ ଏବଂ ଆଣ୍ଟି-ଆର୍ଥ୍ରିକ୍ ଅଟେ । ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ଶରୀରକୁ ଖରାରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ପିଆଜରୁ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ, ବି ୬, ବି-କମ୍ପ୍ଲେକ୍ସ ଏବଂ ସି ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : କଞ୍ଚା ପିଆଜରେ ଭିଟାମିନ୍-ସି ଭରପୁର ମାତ୍ରାରେ ରହିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ବିଶେଷ ସାହାଯ୍ୟ କରିଥାଏ । ଶରୀରରେ ଶ୍ୱେତ ରକ୍ତ କଣିକା ସୃଷ୍ଟି କରିବାରେ ଏହା ସହାୟକ ହୁଏ । ଯାହା ଥଣ୍ଡା, ଜ୍ୱର ଏବଂ ଫ୍ଲୁ ଭଳି ସାଧାରଣ ସଂକ୍ରମଣରୁ ରକ୍ଷା କରିଥାଏ ।

ରକ୍ତଚାପ ନିୟନ୍ତ୍ରଣ କରେ : ପିଆଜରେ କ୍ୱେରେସିଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ଶରୀରର ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କଞ୍ଚା ପିଆଜ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସ୍ୱାଭାବିକ ରହିବା ସହିତ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏଥି ସହ ହୃଦରୋଗର ଆଶଙ୍କା ଯଥେଷ୍ଟ କମ୍ ହୋଇଥାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ : ପେଟ ସମସ୍ୟା ଦୂର କରିବାରେ କଞ୍ଚା ପିଆଜ ବେଶ୍ ଉପଯୋଗୀ। ଏଥିରେ ଥିବା ଡାଏଟାରୀ ଫାଇବର ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ନିୟମିତ ଏହାକୁ ଖାଇଲେ ଶରୀରରୁ ବର୍ଜ୍ୟବସ୍ତୁ ସହଜରେ ନିଷ୍କାସିତ ହୁଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ହାଡ଼କୁ କରେ ମଜବୁତ କରେ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଆଜ ହାଡ଼ ପାଇଁ ମଧ୍ୟ ବହୁତ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ସଲଫର୍ ଯୌଗିକ ରହିଥାଏ। ଏହି ଉପାଦାନ କ୍ୟାଲସିୟମ୍ ଅବଶୋଷଣକୁ ବୃଦ୍ଧି କରିବା ସହ ଅଷ୍ଟିଓପୋରୋସିସ୍ ଭଳି ହାଡ଼ ଜନିତ ସମସ୍ୟାରୁ ରକ୍ଷା କରେ ।

ରକ୍ତ ଶର୍କରା ନିୟନ୍ତ୍ରଣ କରେ : ଡାଇବେଟିସ୍ ରୋଗୀଙ୍କ ପାଇଁ କଞ୍ଚା ପିଆଜ ଏକ ରାମବାଣ ସଦୃଶ। ଏଥିରେ ଥିବା କ୍ରୋମିୟମ୍ ଇନସୁଲିନ୍ କ୍ଷମତାକୁ ବୃଦ୍ଧି କରିଥାଏ। ଫଳରେ ରକ୍ତରେ ଶର୍କରା ସ୍ତର ସ୍ୱାଭାବିକ ରହେ ଏବଂ ମଧୁମେହ ହେବାର ଆଶଙ୍କା କମିଯାଏ ।

Leave a Reply

Your email address will not be published. Required fields are marked *

Back to top button