Caviarର ବଡ଼ ସର୍ପ୍ରାଇଜ୍, ଲଞ୍ଚ ହେଲା ଗୋଲ୍ଡ ପ୍ଲେଟେଡ୍ ମେସି-ରୋନାଲ୍ଡୋ ଏଡିସନ୍

ଲଗଜରୀ ଫୋନ୍ ନିର୍ମାତା କମ୍ପାନୀ Caviar ଫୁଟବଲର ଦୁଇ ଜଣ ଲୋକପ୍ରିୟ ଖେଳାଳି ଲିଓନେଲ ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ କରିଛି । କମ୍ପାନୀ ୨୪ କ୍ୟାରେଟ୍ ସୁନା ଏବଂ ପ୍ରିମିୟମ୍ ଡିଜାଇନ ସହିତ Samsung Galaxy Z Fold 8 Ultra ଓ Apple iPhone 17 Proକୁ ପ୍ରଚଳନ କରିଛି । ସବୁଠାରୁ ଖାସ୍ କଥା ହେଉଛି ଯେ, ଏହି ଦୁଇଟି ମଡେଲର ଫୋନ୍ ମାତ୍ର ୧୯ ଟି ଲେଖାଏଁ ୟୁନିଟରେ ତିଆରି କରାଯିବ । ଅର୍ଥାତ୍ ଯାହାକୁ ମାତ୍ର ୧୯ ଜଣ ଲୋକ କିଣିପାରିବେ ।
କାଭିଆରର ମେସି ଏଡିସନ୍ ଆଗାମୀ Samsung Galaxy Z Fold 8 Ultra ଉପରେ ବେସ୍ଡ । ଯାହାର ବ୍ୟାକ୍ ପ୍ୟାନେଲରେ ଲିଓନେଲ ମେସିଙ୍କ ପ୍ରୋଟ୍ରେଟ, ତାଙ୍କର ଲୋକପ୍ରିୟ ଜର୍ସି ନମ୍ବର ୧୦ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରୀୟ ପ୍ରତୀକ ଏଥିରେ ରହିଛି । କମ୍ପାନୀ ଫୋନର ଫ୍ରେମ୍ ଏବଂ ଡିଜାଇନଗୁଡିକରେ ୨୪ କ୍ୟାରେଟ୍ ସୁନା ପ୍ଲେଟିଂ ଏବଂ ଏକ ପ୍ରିମିୟମ୍ ଏନାମେଲ୍ ଫିନିଶ୍ ବ୍ୟବହାର କରିଛି । ଯାହା ଏହି ଫୋନ୍ ଅପେକ୍ଷା ଅଧିକ କଲେକ୍ଟର୍ସ ଆଇଟମ୍ ପାଲଟିଯାଏ ।
ସେହିପରି ଅନ୍ୟପଟେ ରୋନାଲ୍ଡୋ ଏଡିସନକୁ iPhone 17 Proକୁ ବେସ୍ଡ କରି ଡିଜାଇନ୍ କରାଯାଇଛି । ଏହାର ବ୍ୟାକ୍ ପ୍ୟାନେଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫଟୋ ଏବଂ ତାଙ୍କ ପ୍ରିୟ ଜର୍ସି ନମ୍ବର ୭ ସହିତ ପର୍ତ୍ତୁଗାଲର ଜାତୀୟ ପ୍ରତୀକ ରହିଛି । ଏହି ମଡେଲରେ ୨୪K ସୁନା ପ୍ଲେଟିଂ ଏବଂ ଜ୍ୟୋମେଟ୍ରିକ୍ ଡିଜାଇନ୍ କରାଯାଇଛି । ଯାହା ଅନ୍ୟ iphone ଅପେକ୍ଷା ଖୁବ୍ ଭିନ୍ନ । କାଭିଆର ପ୍ରତ୍ୟେକ ଡିଜାଇନ କେବଳ ୧୯ ୟୁନିଟ୍ ଉତ୍ପାଦନ କରୁଛି । ପ୍ରତ୍ୟେକ ସ୍ମାର୍ଟଫୋନ୍ ସହିତ ଏକ ବିଶେଷ ପ୍ରିମିୟମ୍ ବକ୍ସ ରହିବ । ଯେଉଁଥିରେ ସୁନା ପ୍ଲେଟେଡ କୀଚେନ୍ ଏବଂ ବ୍ରାଣ୍ଡେଡ୍ ସ୍ମାରକ କଏନ୍ ରହିବ । ସୀମିତ ସଂଖ୍ୟା ଏବଂ ପ୍ରିମିୟମ୍ ଫିନିସ କାରଣରୁ ଏହି ମଡେଲଗୁଡିକୁ ବିଶେଷ ଭାବରେ କଲେକ୍ଟରର୍ସ ଏବଂ ଫୁଟବଲ୍ ଫ୍ୟାନ୍ସଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି ।
କାଭିଆର iPhone 17 Pro ରୋନାଲ୍ଡୋ ଏଡିସନର ପ୍ରାରମ୍ଭିକ ମୂଲ୍ୟ ୧୧,୪୧୦ ଡଲାର ରହିଛି । ଟପ୍ କନଫିଗରେସନର ମୂଲ୍ୟ ୧୩,୧୩୦ ଡଲାର ପର୍ଯ୍ୟନ୍ତ ରହିଛି । Galaxy Z Fold 8 Ultra ର ମେସି ଏଡିସନର ମୂଲ୍ୟ ମଧ୍ୟ ପ୍ରିମିୟମ୍ କ୍ୟାଟାଗୋରୀରେ ରଖାଯାଇଛି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, କାଭିଅର Galaxy Z Fold 8 Ultra ର ଅଫିସିଆଲ ଲଞ୍ଚ ପୂର୍ବରୁ କଷ୍ଟମ ଏଡିସନ୍ ଲଞ୍ଚ କରିସାରିଛି । ରିପୋର୍ଟ ଅନୁସାରେ, ସାମସଙ୍ଗର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଜୁଲାଇ ୨୨ ରେ ଲଞ୍ଚ ହେବାକୁ ଯାଉଛି ଏବଂ କାଭିଅର ପୂର୍ବରୁ ପ୍ରି-ଅର୍ଡର ନେବା ଆରମ୍ଭ କରିସାରିଛି ।




