ଜ୍ୟୋତିଷ

ଜ୍ୱାଇଁ କରିପାରିବେ କି ଶେଷକୃତ୍ୟ? ଗରୁଡ଼ ପୁରାଣରେ ରହିଛି ଏହାର ଉତ୍ତର

ହିନ୍ଦୁ ଧର୍ମ ଏବଂ ଗରୁଡ଼ ପୁରାଣ ଅନୁସାରେ ଅନ୍ତିମ ସଂସ୍କାରର ବିଶେଷ ମହତ୍ତ୍ବ ରହିଛି ବୋଲି ବିବେଚନା କରାଯାଏ । ମାନ୍ୟତା ଅନୁସାରେ ସଠିକ୍ ରୀତିନୀତିରେ ସଂସ୍କାର କାର୍ଯ୍ୟକ୍ରମ କରିବା ଦ୍ବାରା ଆତ୍ମାକୁ ଶାନ୍ତି ମିଳିଥାଏ । କିନ୍ତୁ ମୁଖାଗ୍ନି ନିଜ ପୁଅ ଦେଇଥାଆନ୍ତି । ନିଜ ଆତ୍ମୀୟଙ୍କ ମୁହଁରେ ମୁଖାଗ୍ନି ଜ୍ବାଇଁ ଦେଇପାରିବେ କି ନାହିଁ ସେ ନେଇ ବେଳେବେଳେ ଆମ ମନରେ ପ୍ରଶ୍ନ ଆସେ । ଯାହାର ବର୍ଣ୍ଣନା ଗରୁଡ଼ ପୁରାଣରେ କରାଯାଇଛି ।

ଗରୁଡ଼ ପୁରାଣ ଅନୁସାରେ ଅନ୍ତିମ ସଂସ୍କାରର ଅଧିକାର ସାଧାରଣତଃ ମୃତ ବ୍ୟକ୍ତିଙ୍କ ନିକଟତମ ପୁରୁଷ ସମ୍ପର୍କୀୟ, ଯେପରିକି ପୁଅ, ନାତି କିମ୍ବା ଭାଇଙ୍କୁ ଦିଆଯାଇଥାଏ । ପୂର୍ବରୁ ଶେଷକୃତ୍ୟ କରିବା ପାଇଁ କେବଳ ପୁଅକୁ ଅଧୀକାର ଦିଆଯାଇଥାଏ । ଏମିତିକି ଝିଅମାନଙ୍କୁ ମଧ୍ୟ ସେହି ଅଧିକାର ଦିଆଯାଇନଥିଲା ।

ଗରୁଡ଼ ପୁରାଣ ଅନୁସାରେ ଜ୍ବାଇଁଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ତାଙ୍କୁ ପାରମ୍ପାରିକ ଭାବେ ଶେଷକୃତ୍ୟ କରିବାର ଅଧିକାରରୁ ବଞ୍ଚିତ କରାଯାଇଛି । ହିନ୍ଦୁ ପରମ୍ପରାରେ ବିବାହ ପରେ ଝିଅ ପରଗୋତ୍ରୀ ହୋଇଯାଏ ବୋଲି କୁହାଯାଏ । କାହିଁକିନା ବିବାହ ପରେ ସ୍ବାମୀଙ୍କ ବଂଶ ଏବଂ ଗୋତ୍ରରେ ସାମିଲ ହୋଇଯାଇଥିବାରୁ ଏପରି କୁହାଯାଏ । ଜ୍ୱାଇଁଙ୍କୁ ମୃତକଙ୍କ ମୂଳ ପରିବାରର ଅଂଶ ଭାବରେ ବିବେଚନା କରାଯାଉନଥିଲା ଏବଂ ଏହି ଧାର୍ମିକ କର୍ତ୍ତବ୍ୟରୁ ବାଦ୍ ଦିଆଯାଇଥିଲା ।

ସମୟ ସହିତ ଅନେକ କିଛି ପରିବର୍ତ୍ତନ ହୋଇଛି । ଅନେକ ସମ୍ପ୍ରଦାୟ ଏବଂ ପରିବାରରେ, ଯଦି ପୁଅ କିମ୍ବା ଅନ୍ୟ ନିକଟ ସମ୍ପର୍କୀୟ ଉପସ୍ଥିତ ନ ଥାନ୍ତି, ତେବେ ଜ୍ୱାଇଁଙ୍କୁ ଶେଷକୃତ୍ୟ କରିବାର ସୁଯୋଗ ଦିଆଯାଉଛି । ଏହା ସମ୍ପୂର୍ଣ୍ଣ ଭାବରେ ପରିବାରର ବିଶ୍ୱାସ ଏବଂ ପରମ୍ପରା ଉପରେ ନିର୍ଭର କରେ । ଅନେକ ପରିବାରରେ, ଜ୍ୱାଇଁ ମଧ୍ୟ ପୁଅ ପରି ଭୂମିକା ଗ୍ରହଣ କରନ୍ତି । ତେଣୁ ଏହି ପୁରୁଣା ନିୟମଗୁଡ଼ିକର ପୁନର୍ବିଚାର କରିବା ଆବଶ୍ୟକ ହୋଇଯାଇଛି ।

ମହିଳାମାନେ ସ୍ୱାଭାବିକ ଭାବରେ କୋମଳ । ଶବଦାହ ଭଳି ଏକ କଷ୍ଟକର ପ୍ରକ୍ରିୟା ଦେଖିବା ସେମାନଙ୍କ ପାଇଁ ଭାବପ୍ରବଣ ହୋଇପାରେ । ସେଥିପାଇଁ ପୂର୍ବରୁ ଝିଅମାନଙ୍କୁ ଶେଷକୃତ୍ୟ କରିବାକୁ ବାରଣ କରାଯାଇଥାଏ । ହେଲେ ଏବେ ଅନେକ ଝିଅ ନିଜ ପିତାମାତାଙ୍କ ଶେଷକୃତ୍ୟ ନିଜେ କରୁଛନ୍ତି ଏବଂ ସେମାନଙ୍କର ଦାୟିତ୍ୱ ବହନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Back to top button