Mercury Transit: ବୁଧଙ୍କ କୃପାରେ ଖୋଲିବ ଭାଗ୍ୟ, ଚମକିବ ୪ ରାଶିର କିସ୍ମତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଦ୍ଧି, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ବୁଧଙ୍କ ରାଶି ପରିବର୍ତ୍ତନକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନାଯାଏ । ଦୃକ ପଞ୍ଜିକା ଅନୁସାରେ, ଅଗଷ୍ଟ ୫ ତାରିଖରେ ବୁଧ ମିଥୁନ ରାଶି ଛାଡ଼ି କର୍କଟ ରାଶିକୁ ପ୍ରବେଶ କରିବେ ଏବଂ ଅଗଷ୍ଟ ୨୨ ପର୍ଯ୍ୟନ୍ତ ସେଠାରେ ରହିବେ । ବୁଧଙ୍କ ଏହି ଗୋଚର କେତେକ ରାଶିର ଲୋକଙ୍କ ପାଇଁ ଧନଲାଭ ଓ କ୍ୟାରିୟରରେ ସଫଳତା ଆଣିପାରେ ।
ମିଥୁନ ରାଶି:
ବୁଧ ଆପଣଙ୍କ ରାଶିର ସ୍ୱାମୀ ହୋଇଥିବାରୁ ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ଅଟକିଥିବା ଟଙ୍କା ଫେରି ମିଳିପାରେ ଏବଂ ବ୍ୟାଙ୍କ ବାଲାନ୍ସ ବଢ଼ିପାରେ । କଥାବାର୍ତ୍ତାରେ ଆକର୍ଷଣ ବଢ଼ିବ । ମାର୍କେଟିଂ, ମିଡିଆ, ଆଇନ ଓ ପରାମର୍ଶ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ । ପରିବାରରେ ସମ୍ପର୍କ ମଧୁର ରହିବ ।
କନ୍ୟା ରାଶି:
ଏହି ଗୋଚର ଆୟ ବୃଦ୍ଧି ପାଇଁ ଶୁଭ ରହିବ । ନୂଆ ଆୟର ସୁଯୋଗ ମିଳିପାରେ । ଚାକିରିଆଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟୀଙ୍କର ବଡ଼ ବ୍ୟବସାୟିକ ଚୁକ୍ତି ହୋଇପାରେ । ଦୀର୍ଘଦିନର ଯୋଜନା ସଫଳ ହେବାର ସମ୍ଭାବନା ରହିଛି ।
ତୁଳା ରାଶି:
କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିପାରେ । ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ପୁରୁଣା ବ୍ୟବସାୟ ବଢ଼ାଇବା ପାଇଁ ସମୟ ଭଲ ରହିବ । ସମାଜରେ ସମ୍ମାନ ବଢ଼ିବ ।
ମୀନ ରାଶି:
ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷାରେ ଭଲ ଫଳ ମିଳିପାରେ । ଶେୟାର ବଜାର କିମ୍ବା ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି, ତେବେ ସାବଧାନତାର ସହ ନିବେଶ କରନ୍ତୁ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ । ପ୍ରେମ ସମ୍ପର୍କ ମଧୁର ରହିବ ।
ଉପାୟ:
ବୁଧବାର ଦିନ ଗାଈକୁ ସବୁଜ ଘାସ କିମ୍ବା ଭିଜା ମୁଗ ଡାଲି ଖାଇବାକୁ ଦିଅନ୍ତୁ । ଏହାସହ “ଓଁ ବୁଂ ବୁଧାୟ ନମଃ” ମନ୍ତ୍ର ଜପ କରିବା ଶୁଭ ବୋଲି ମନାଯାଏ ।




