IND VS AFG T20 Series : ଟିମ୍ ଇଣ୍ଡିଆକୁ ଭାରତରେ ହୋଷ୍ଟ କରିବ ଆଫଗାନିସ୍ତାନ, ଖେଳିବ ଟି୨୦ ସିରିଜ୍

ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଗାମୀ ସେପ୍ଟେମ୍ବର ମାସରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ସେପ୍ଟେମ୍ବର ୧୩, ୧୫ ଏବଂ ୧୭ ସେପ୍ଟେମ୍ବରରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ସିରିଜର ଆୟୋଜନ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) କରିବ । ଯଦି କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ନ ହୁଏ, ତେବେ ଏହି ସିରିଜ କ୍ରିକେଟ ଇତିହାସରେ ବିରଳ ରେକର୍ଡ ହେବ । ପ୍ରଥମ ଥର ପାଇଁ କୌଣସ ଟିମ୍ ଭାରତ ବିପକ୍ଷରେ ମ୍ୟାଚ ଆୟୋଜନ ଭାରତୀୟ ମାଟିରେ ହେବ ।
ଆଫଗାନିସ୍ତାନ ପାଖରେ ଇଣ୍ଟରନ୍ୟାସନାଲ କ୍ରିକେଟ ପାଇଁ ସ୍ଥାୟୀ ଘରୋଇ ମଇଦାନ ନାହିଁ । ସୁରକ୍ଷା କାରଣରୁ ଗତ କିଛି ବର୍ଷରୁ ଭାରତକୁ ନିଜର ହୋମ ଗ୍ରାଉଣ୍ଡ କରି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିବ । ଆଫଗାନି ଟିମ୍ ପୂର୍ବରୁ ଗ୍ରେଟର ନୋଏଡା, ଡେରାଡୁନ ଏବଂ ଲକ୍ଷ୍ନୌରେ ଘରୋଇ ମ୍ୟାଚ ଖେଳିସାରିସାରିଛି । କିନ୍ତୁ ଭାରତୀୟ ଟିମ ପାଇଁ ଆୟୋଜକ ହୋଇନାହିଁ । ସେପ୍ଟେମ୍ବରରେ ହେବାକୁ ଥିବା ଟି୨୦ ସିରିଜ ଆଫଗାନ ପାଇଁ ଐତିହାସିକ ହେବ ।
ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଟେଷ୍ଟ ସିରିଜ ୨୭ ଅଗଷ୍ଟରେ ଶେଷ ହେବ । ଏହାର ଦୁଇ ସପ୍ତାହ ପରେ ଟିମ୍ ଇଣ୍ଡିଆ ଆଫାଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ଏହି ସିରିଜ ୨୪ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଏସିଆନ୍ସ ଗେମ୍ସ ଠିକ୍ ପୂର୍ବରୁ ହେବ । ଏହି ସିରିଜ ଏସିଆନ ଗେମ୍ସ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ ହେବ ।
ଗତ ଜୁନରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ ଇନିଂସ ଏବଂ ୩୦୦ ରନରେ ଜିତିଥିଲା । ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ ସୁଇପ କରିଥିଲା । ଏବେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବ ଟିମ୍ ଇଣ୍ଡିଆ ।




