Light କମ୍ପାନୀ ଲଞ୍ଚ ନୂଆ କଲା 5G ଫ୍ଲିପ୍ ଫୋନ୍, ରହିଛି କିପ୍ୟାଡ୍ ସହିତ OLED ଡିସପ୍ଲେ

ଆମେରିକୀୟ କମ୍ପାନୀ Light ଏକ ନୂଆ 5G ଫ୍ଲିପ୍ ଫୋନ୍ ଲଞ୍ଚ କରିଛି, ଯେଉଁଥିରେ କିପ୍ୟାଡ୍ ଦିଆଯାଇଛି । ଏହି ଫୋନ୍ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଲଞ୍ଚ ହୋଇଥିବା Nokia, Samsung ଓ Motorolaର କିପ୍ୟାଡ୍ ଥିବା ଫ୍ଲିପ୍ ଫୋନ୍ ଭଳି ଦେଖାଯାଏ ।
Light କମ୍ପାନୀର ଏହି 5G ଫ୍ଲିପ୍ ଫୋନ୍ ବିଶେଷ ଭାବେ ସେହି ୟୁଜର୍ସଙ୍କ ପାଇଁ ତିଆରି କରାଯାଇଛି, ଯେଉଁମାନେ ବାରମ୍ବାର ଫୋନ୍ ଓ ନୋଟିଫିକେସନ୍ ଦେଖିବା ଅଭ୍ୟାସରୁ ଦୂରେଇବାକୁ ଚାହୁଁଛନ୍ତି ଏବଂ ସୋସିଆଲ ମିଡିଆ ଓ ଇଣ୍ଟରନେଟରୁ କିଛି ସମୟ ଦୂରେ ରହିବାକୁ ଚାହୁଁଛନ୍ତି ।
Samsungର ନୂଆ Galaxy Z Flip 8 ତୁଳନାରେ ଏହି Light Flip 5G ଫୋନରେ କେବଳ ବେସିକ୍ ଆପ୍ସ ଦିଆଯାଇଛି । ଏହା LightOS ଅପରେଟିଂ ସିଷ୍ଟମରେ କାମ କରେ । ଏଥିରେ ସୋସିଆଲ ମିଡିଆ, ୱେବ୍ ବ୍ରାଉଜିଂ ଓ ଆଲଗୋରିଦମ୍ ବେସ୍ଡ ଫିଡ୍ ପାଇଁ କୌଣସି ସୁବିଧା ନାହିଁ । ଏହାକୁ ସ୍ମାର୍ଟଫୋନ୍ ଡିଟକ୍ସ ପାଇଁ ଏକ ଉପକରଣ ବୋଲି କୁହାଯାଇପାରେ। ଫୋନରେ କେନକ୍ଟିଭିଟି ପାଇଁ Predictive T9 ଟାଇପିଂ, Voice-to-Text ଭଳି ଫିଚର୍ସ ରହିଛି । ଏହା ସହ କିପ୍ୟାଡରେ ୯ଟି ସ୍ପିଡ୍ ଡାଏଲ୍ ଶର୍ଟକଟ୍ ମଧ୍ୟ ମିଳିବ ।
Light Flip 5G ଫୋନର ଫିଚର୍ସ:
Light Flip 5G ଫୋନରେ ଦୈନନ୍ଦିନ ବ୍ୟବହାର ପାଇଁ ଆଲାର୍ମ, କ୍ୟାଲକୁଲେଟର, କ୍ୟାଲେଣ୍ଡର, ନୋଟ୍ସ, ମ୍ୟୁଜିକ୍, ୱେଦର୍, ଟୁ-ଫ୍ୟାକ୍ଟର ଅଥେଣ୍ଟିକେଟର୍, ହଟସ୍ପଟ୍ ଓ ଡାଇରେକ୍ଟୋରୀ ଭଳି ବେସିକ୍ ଆପ୍ସ ଦିଆଯାଇଛି । ଏହି ଫୋନରେ ୨.୮ ଇଞ୍ଚର OLED ଡିସ୍ପ୍ଲେ ରହିଛି । ଡିସ୍ପ୍ଲେର ରେଜୋଲ୍ୟୁସନ୍ ୪୮୦ x ୬୮୦ ପିକ୍ସେଲ୍ ଅଟେ ।
ଫିଚର୍ ଫୋନରେ MediaTek MT88673 ଚିପସେଟ୍ ଦିଆଯାଇଛି, ଯାହା ସହ ୬GB RAM ଓ ୧୨୮GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ମିଳିବ । ଫୋନର ବ୍ୟାକରେ ୫୦MP କ୍ୟାମେରା ରହିଛି । ଏଥିରେ ବିଲ୍ଟ-ଇନ୍ ଫ୍ଲାଶଲାଇଟ୍ ମଧ୍ୟ ରହିଛି । କନେକ୍ଟିଭିଟି ପାଇଁ ୩.୫mm ଅଡିଓ ଜ୍ୟାକ୍, ସ୍ଟେରିଓ ସ୍ପିକର୍, ଡୁଆଲ୍ ସିମ୍ କାର୍ଡ ଓ USB Type-C ପୋର୍ଟ ଭଳି ସୁବିଧା ମିଳିବ । ଫୋନଟି IP54 ରେଟିଂ ସହ ଆସିଛି, ଯାହା ଏହାକୁ ଡଷ୍ଟ ଓ ୱାଟରରୁ ସୁରକ୍ଷା ଦେବ।
ପ୍ରାଇସ୍:
Light Flip 5G ଫୋନର ମୂଲ୍ୟ ୨୯୯ ଡଲାର୍ ଅର୍ଥାତ୍ ପ୍ରାୟ ୨୮,୮୭୦ ଟଙ୍କା ରଖାଯାଇଛି । କମ୍ପାନୀ ଏହି ଫୋନକୁ ଆସନ୍ତା ବର୍ଷ ଏପ୍ରିଲରୁ ଉପଲବ୍ଧ କରାଇବ। ଏହାର ରିଜର୍ଭେସନ୍ ଆମେରିକା ବଜାରରେ ଆରମ୍ଭ ହୋଇଛି । କମ୍ପାନୀ ଭିନ୍ନ ଭିନ୍ନ ବ୍ୟାଚରେ ଫୋନ୍ ଡେଲିଭରି କରିବ । ପ୍ରଥମ ବ୍ୟାଚ୍ ଏପ୍ରିଲ୍ ୨୦୨୭ ଆରମ୍ଭରେ, ଦ୍ୱିତୀୟ ବ୍ୟାଚ୍ ଏପ୍ରିଲ୍ ଶେଷରେ, ତୃତୀୟ ବ୍ୟାଚ୍ ମେ ଆରମ୍ଭରେ ଏବଂ ଚତୁର୍ଥ ବ୍ୟାଚ୍ ମେ ୨୦୨୭ ଶେଷରେ ଉପଲବ୍ଧ ହେବ। ତେବେ ଏହି ଫୋନ୍ ଭାରତ କିମ୍ବା ଅନ୍ୟ ବଜାରରେ କେବେ ଲଞ୍ଚ ହେବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇନାହିଁ ।




