Shagufta Ali Cancer : କାମ ହରାଇବା ଭୟରେ ନିଜ କ୍ୟାନସରକୁ ଲୁଚାଇ ରଖିଲେ ଅଭିନେତ୍ରୀ ସଗୁଫ୍ତା ଅଲ୍ଲୀ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଶଗୁଫ୍ତା ଅଲ୍ଲୀ ନିଜ ଦମଦାର ଅଭିନୟ ପାଇଁ ବେଶ୍ ଜଣାଶୁଣା । ବୀରା, କୁମକୁମ୍ ଭଳି ଶୋରେ ନିଜର ଅଭିନୟ ଯୋଗୁଁ ସମସ୍ତଙ୍କ ମନ ଜିଣିପାରିଥିଲେ । ହେଲେ ବର୍ତ୍ତମାନ ନିଜର ବିଗତ ଦିନ ଯନ୍ତ୍ରଣାଭରା ସମୟକୁ ମନେ ପକାଇଛନ୍ତି ଅଭିନେତ୍ରୀ । ଶଗୁଫ୍ତା ଅଲ୍ଲୀଙ୍କୁ ସ୍ତନ କ୍ୟାନସର ଷ୍ଟେଜ-୩ରେ ଥିଲା, କିନ୍ତୁ ସମସ୍ତଙ୍କୁ ନିଜ ଯନ୍ତ୍ରଣାକୁ ଲୁଚାଇ ରଖିଥିଲେ । ତାଙ୍କ ହାତରୁ କାମ ଚାଲି ନ ଯାଉ, ନିଜର ଆର୍ଥିକ ସ୍ଥିତି ପାଇଁ କାହାକୁ କିଛି କହିନଥିଲେ । କଷ୍ଟ ଯନ୍ତ୍ରଣାରେ ଥାଇ ମଧ୍ୟ ସୁଟିଂ ସେଟ୍ କୁ ଆସୁଥିଲେ ।
ଶଗୁଫ୍ତା କହିଛନ୍ତି, ସେତେବେଳେ ଏଭଳି ଜିନିଷକୁ କାହା ସାମ୍ନାରେ ପରିପ୍ରକାଶ କରିବା ମନା ଥିଲା । ବିଲକୁଲ ଏହା ବିଷୟରେ କାହା ସହିତ କଥା ହେବାକୁ ମନା କରାଯାଉଥିଲା । କାହାକୁ କହିଲେ କାମ ମିଳିବନି, ଭୟରେ ମୁଁ କାହାକୁ କିଛି କହିନଥିଲି । ଇଣ୍ଡଷ୍ଟ୍ରୀର ଲୋକ ଏଭଳି ବ୍ୟବହାର କରନ୍ତି, ଯାହା କହିବା ଅସମ୍ଭବ ।
ସେପଟେ ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିଥିଲା । ୨୦୧୭ରେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା । ସେତେବେଳେ ଲୋକମାନେ ମୋତେ କଣ ସେଭିଂ ନାହିଁ ବୋଲି ପଚାରୁଥିଲେ । ମୁଁ କୌଣସି ଧନୀ ବ୍ୟକ୍ତି ନୁହେଁ କି ମୋ ପଇସା ସରିବ ନାହିଁ । ମୁଁ ଆମ ଘରେ କାମ କରୁଥିବା ଜଣେ ଲୋକ, ମୋ ପାଖରେ କେତେ ସେଭିଂ ଥିବ । ସେହି ସେଭିଂରୁ ରୋଗ ପାଇଁ ଔଷଧ, ପ୍ରତିଦିନର ଖର୍ଚ୍ଚ, ଗ୍ରୋସରୀ, ଘର ଖର୍ଚ୍ଚ ବୁଝିବାକୁ ପଡେ ।
ସୂଚନାଯୋଗ୍ୟ, ସଗୁଫ୍ତା ଅଲ୍ଲୀ ଟିଭି ଶୋ ୟେ ରିସ୍ତା କ୍ୟା କୈହଲାତା ହୈରେ ନଜର ଆସିଥାନ୍ତେ । ଦୀର୍ଘ ୨ ବର୍ଷ ପରେ ପୁଣିଥରେ ପରଦାକୁ ଫେରୁଛି ସିରିଅଲ । ଆଦିତ୍ୟ ଗୁପ୍ତାଙ୍କ ଜେଜେ ମା ଭୂମିକା ପାଇଁ ତାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ତାଙ୍କୁ ପ୍ରୋଜେକ୍ଟରୁ ହଟିବାକୁ ପଡ଼ିଥିଲା । ଏବେ ତାଙ୍କ ସ୍ଥାନରେ ନୀଲୁ ବାଘେଲା ଏହି ଭୂମିକାରେ ନଜର ଆସିବେ ।




