କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ: ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ – Sahana Mela
[ad_1]
ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟରେ ରବିବାର ଭାରତ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୨୭୪ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା । କୋହଲି ୯୫ ରନ କରି ଆଉଟ ହୋଇଥିଲେ । ସେ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୯ ଶତକ ରେକର୍ଡ ସହ ସମକକ୍ଷ ହୋଇଥାନ୍ତେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୪୬, ଶୁଭମନ ଗିଲ ୨୬, ଶ୍ରେୟାଶ ଆୟାର ୩୩, କେଏଲ ରାହୁଲ ୨୭ ରନ କରି ଆଉଟ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩୯ ରନ କରି ଅପରାଜିତ ରହିଥିଲେ । ୨୦୦୩ ପରେ ଭାରତ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଂଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ଏଥିସହ ପ୍ରଶଂସକଙ୍କ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫୁର୍ଗ୍ୟୁଶନ ୨ଟି ୱିକେଟ ନେଇଥିବା ବେଳେ ଟ୍ରେଂଟ ବୋଲ୍ଟ, ମାଟ୍ଟ ହେନେରୀ ଓ ମିଚେଲ ସାଂଟେନର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଭାରତ କ୍ରମାଗତ ୫ଟି ମ୍ୟାଚରେ ବିଜୟୀ ହୋଇ ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ଦଳର ସେମିଫାଇନାଲ ପ୍ରବେଶ ଆଶା ମଜଭୁତ ହୋଇଛି । ମହମ୍ମଦ ସାମି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ଏହା ପରେ ରଚୀନ ରବୀନ୍ଦ୍ର ଓ ଡାରେଲ ମିଚେଲ ଇନିଂସ ସମ୍ଭାଳିଥିଲେ । ସେମାନେ ତୃତୀୟ ୱିକେଟରେ ୧୯୬ ରନ ଯୋଗ କରିବା ପରେ ରଚୀନ ୭୫ ରନ କରି ପ୍ୟାଭିିଲିୟନ ଫେରି ଯାଇଥିଲେ । ଅବଶ୍ୟ ଭାରତୀୟ ବୋଲରଙ୍କ ଉଚିତ ବୋଲିଂ ପ୍ରଦର୍ଶନ ଯୋଗୁ ଏହା ପରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇଥିଲା । ବିଶେଷ କରି ମହମ୍ମଦ ସାମିଙ୍କ ୫ ୱିକେଟ ସଫଳତା ନ୍ୟୁଜିଲାଣ୍ଡକୁ ବଡ ସ୍କୋର କରାଇ ଦେଇ ନ ଥିଲା । ୫୦ ଓଭରରେ କିୱି ଟିମ ୨୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ମିଚେଲ ୧୩୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଗ୍ଲେନ ଫିଲିପ୍ସ ୨୩ ରନ କରି କିଛିଟା ସହଯୋଗ କରିଥିଲେ ।
India go to the top of #CWC23 points table with a brilliant win in Dharamsala 🎉#CWC23 | #INDvNZ pic.twitter.com/Y62de216yU
— ICC Cricket World Cup (@cricketworldcup) October 22, 2023
୩୭ ତମ ଓଭର ବେଳକୁ ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ୨୦୫ ରନ କରି ଭଲ ସ୍ଥିତିରେ ଥିଲା । ମାତ୍ର ଏହା ପରେ ଦଳ ୬୯ ରନରେ ବାକି ୬ଟି ୱିକେଟ ହରାଇଥିଲା । କୂଲଦୀପ ଯାଦବ ୨ଟି ଓ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
[ad_2]