ଅପରାଧ

ଭତ୍ତା ଟଙ୍କା ବାଣ୍ଟିବା ବେଳେ ଲୁଟ, ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ଯୁବକ – Sahana Mela

[ad_1]


କେନ୍ଦୁଝର: ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲା ଯୁବକ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଫେରାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ରାମଚନ୍ଦ୍ରପୁର ପୋଲିସ ଫେରାର ଯୁବକଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁସାରେ, ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତରେ ରବିବାର ଜିଆର୍‌ଏସ୍‌ ଅଶୋକ ସାହୁଙ୍କ ଦ୍ୱାରା ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବଣ୍ଟାଯାଉଥିଲା। ଏହି ସମୟରେ ଶାଳଦେଇ ଗ୍ରାମର ନୀଳମଣି ଦଳେଇ ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେ ନେଇଥିବା ବ୍ୟାଗରେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଜିଆର୍‌ଏସ୍‌ ସାହୁ କହିଛନ୍ତି।

ଏହି ଘଟଣାକୁ ନେଇ ଅଶୋକ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ପଞ୍ଚାୟତ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ନୀଳମଣିଙ୍କ ବାପା ଅନାମ ଦଳେଇ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button