Elephant Terror: ଫେରିଲେ ୨୫ ଟିକିଆ ହାତୀପଲ, ଘରଦ୍ୱାର ଭାଙ୍ଗି କଲେ କ୍ଷୟକ୍ଷତି

ମୟୁରଭଞ୍ଜରୁ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ। ଫେରିଲେ ହାତୀପଲ। ଭାଙ୍ଗିଲେ ଘରଦ୍ବାର। ମୟୁରଭଞ୍ଜରୁ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ । ବରପଦା ଜଙ୍ଗଲ ମଧ୍ୟରେ ପଶି ଏକ ପୋଖରୀରେ ଦୀର୍ଘ ସମୟଧରି ଜଳକ୍ରୀଡା କରିଥିଲେ।
ପରେ ହାତୀପଲ ବର୍ଦ୍ଧନା ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବନବିଭାଗ ପହଂଚି ହାତୀକୁ ଘଉଡାଇଛନ୍ତି। ହାତୀ ପଲରେ ୯ଟି ଛୁଆ ହାତୀ ଥିବା ବେଳେ ୫ଟି ଦନ୍ତା ଓ ୧୧ ମାଇ ହାତୀ ରହିଛନ୍ତି। ହାତୀପଲଙ୍କୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ। ହାତୀପଲ ଆସିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ବରପଦା ଜଙ୍ଗଲ ମଧ୍ୟରେ ପ୍ରବେଶ କରି ହାତୀମାନେ ଏକ ପୋଖରୀରେ ଦୀର୍ଘ ସମୟ ଧରି ଜଳକ୍ରୀଡା କରିଥିଲେ।
ସୂଚନା ଅନୁସାରେ, ଏହି ହାତୀପଲରେ ୯ଟି ଛୁଆ ହାତୀ, ୫ଟି ଦନ୍ତା ହାତୀ ଓ ୧୧ଟି ମାଇ ହାତୀ ରହିଛନ୍ତି। ବଡ଼ ସଂଖ୍ୟାରେ ହାତୀ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଲୋକମାନଙ୍କୁ ସତର୍କ ରହିବା ସହ ହାତୀଙ୍କ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।




